ମୁମ୍ବାଇ (ଏଟିଆର ବ୍ୟୁରୋ): ଗତକାଲି ଥିଲା ପିତୃଦିବସ । ଏହି ଅବସରରେ ସାଧାରଣ ଜନତା ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ପିତାଙ୍କ ସହିତ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ସମୟରେ ଏକ ଫଟୋ ସମ୍ନାକୁ ଆସିଥିଲା, ଯାହା ସୋସିଆଲ ମିଡିଆର ମାହୋଲକୁ ଗରମ କରି ଦେଇଥିଲା । ଆଜ୍ଞା ହଁ ସନ୍ନିଲିଓନଙ୍କ ପତୀ ଡେନିଆଲ ତାଙ୍କ ଝିଅ ନିଶା ଏବଂ ସନ୍ନିଲିଓନଙ୍କ ସହ ଏକ ବୋଲ୍ଡ ଫଟୋ ପୋଷ୍ଟ କରି ଟ୍ରୋଲର ଶିକାର ହୋଇଛନ୍ତି ।
ଏହି ଫଟୋକୁ ସନ୍ନିଲିଓନଙ୍କ ଫ୍ୟାନ୍ସମାନେ ପସନ୍ଦ କରିନଥିଲେ । ଏବଂ ତାଙ୍କୁ ଅନେକ କଥା ଶୁଣାଇଥିଲେ । କିଛି ୟୂଜର୍ସ ଏଭଳି ମଧ୍ୟ କହିଥିଲେ କି ତୁମେ ନିଜ ଭଳି ଝିଅକୁ ବଢାଅନି । ଏହାସହିତ ଏହି ଫଟୋ ପାଇଁ ୟୁଜର୍ସମାନେ ବାରମ୍ବାର ଖରାପ କମେଂଟ ଦେଉଥିଲେ ।
ସନ୍ନିଲିଓନ ମଧ୍ୟ ତାଙ୍କ ପିଲାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏବଂ ଲେଖିଥିଲେ, The Man.the father.the husband.the friend.the one that holds us together,given us the best life and a infinite amount of love! We love you papa! @dirrty99 Love- Nisha, Asher Noah and me.Happpy Fathers Day.
ସୂଚନା ଅନୁଯାୟୀ, ଡେନିଆଲ ବେୱର ମଧ୍ୟ ଦୁଇ ଯାଆଁଳା ପୁଅ ସହିତ ଫଟୋସୁଟତ କରି ସୋସିଆଲ ମିଡିଆରେ ସେୟାର କରିଥିଲେ ।