ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀରେ ଆନ୍ଦୋଳନ କରୁଥିବା କୃଷକଙ୍କ ସମର୍ଥନ କରିବା ପାଇଁ ସିଂଘୁ ସୀମରେ ପହଁଚିଛନ୍ତି ପଞ୍ଜାବୀ ସିଙ୍ଗର ଏବଂ ଅଭିନେତା ଦିଲଜିତ୍ ଦୋସାଂଝ । ଏହାସହିତ ଥଣ୍ଡାରେ କୃଷକଙ୍କ ରକ୍ଷା କରିବା ପାଇଁ ସେ ଏକ କୋଟି ଟଙ୍କା ଦାନ କରିଛନ୍ତି । ଏହି ଟଙ୍କାରେ କୃଷକଙ୍କ ପାଇଁ ଶୀତ ବସ୍ତ୍ର କିଣାଯିବ । ଏନେଇ ପଞ୍ଜାବୀ ସିଙ୍ଗର ସିଂଘା ଖୁଲାସା କରିଛନ୍ତି । ଦିଳଜିତ୍ ଏକ କୋଟି ଦାନ କରିବାର ଖୁଲାସା ସିଂଘା କରିବା ସହିତ ତାଙ୍କୁ ଧନ୍ୟବାଦ ବି କରିଛନ୍ତି ।
ସିଂଘୁ ସୀମାରେ କୃଷକଙ୍କୁ ଦିଲଜିତ୍ କହିଛନ୍ତି କି, ଆମର କେବଳ ଏକମାତ୍ର ଅନୁରୋଧ, ଦୟାକରି ଆମ କୃଷକଙ୍କ ଦାବିକୁ ପୁରଣ କରାଯାଉ । ସମସ୍ତେ ଏଠାରେ ଶାନ୍ତି ବସିଛନ୍ତି ଏବଂ ସାରା ଦେଶ କୃଷକଙ୍କ ସହିତ ଅଛି ।
ସେ ଆଗକୁ ଆହୁରି ମଧ୍ୟ କହିଛନ୍ତି କି, ଆପଣ ସମସ୍ତଙ୍କୁ ସଲାମ । ନୂତନ ଇତିହାସ ରହିଛନ୍ତି କୃଷକ । ଏହି ଇତିହାସ ଆଗାମୀ ପିଢୀ କୁ କୁହାଯିବ । କୃଷକଙ୍କ ପ୍ରସଙ୍ଗକୁ କେହି ବି ମୋଡି ପାରିବେ ନାହିଁ ।