ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜିକାଲି ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି ଫିଟନେସର ଯାଦୁ । ପ୍ରତ୍ୟେକ ବ୍ୟକ୍ତି ‘ହମ ଫିଟ ତୋ ଇଣ୍ଡିଆ ଫିଟ୍’କ୍ୟାମ୍ପେନକୁ ଆଗକୁ ବଢାଇ ଜଣେ ଅନ୍ୟ ଜଣକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି । ଏଥିରେ ଅନେକ କଳାକାରମାନେ ମଧ୍ୟ ସାମିଲ ହୋଇଛନ୍ତି । ନିକଟରେ ଦୀପିକା ପାଦୁକୋନ ଅଲମ୍ପିକ୍ ପଦକ ବିଜେତା ପି.ଭି ସିନ୍ଧୁ ଦେଇଥିବା ଫିଟନେସ ଚ୍ୟାଲେଞ୍ଜକୁ ସ୍ୱୀକାର କରି କହିଛନ୍ତି ଯେ ଦଉଡିିବା ତାଙ୍କର ଜୁନୁନ୍ । ଏବଂ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଜିମ୍ ପୋଷାକ ପିନ୍ଧି ଦଉଡୁ ଥିବାର ନଜର ଆସୁଛନ୍ତି ।
I am extremely passionate about fitness…and my new obsession…RUNNING!??♀️Thank You @pvsindhu1 !Challenge accepted! I now challenge @M_Raj03 @imranirampal @aditigolf kyunki#HumFitTohIndiaFit pic.twitter.com/dMh9USxgLp
— Deepika Padukone (@deepikapadukone) May 25, 2018
ଦୀପିକା ଟ୍ୱିଟ କରି କହିଛନ୍ତି ଯେ, ‘ମୁଁ ଫିଟନେସ ଏବଂ ମୋର ନୂଆ ଜୁନୁନ୍ ଦୌଡା କୁ ନେଇ ବହୁତ ଉତ୍ସାହିତ ଅଛି । ଧନ୍ୟବାନ ପି.ବି ସିନ୍ଧୁ, ଆପଣଙ୍କ ଚ୍ୟାଲେଞ୍ଜ ସ୍ୱୀକାର କରୁଛି’ ।
ଏହାପରେ ଅଭିନେତ୍ରୀ ଦୀପିକା ଖେଳାଳି ମିତାଲି ରାଜ, ରାଣୀ ରାମପାଲ ଏବଂ ଆଦିତି ଅଶୋକଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ସୋସିଆଲ ମିଡିଆ ଜରିଆରେ ‘ହମ ଫିଟ ତୋ ଇଣ୍ଡିଆ ଫିଟ୍’ ନାମକ ଏକ ଫିଟନେସ ଚ୍ୟାଲେଞ୍ଜ ଆରମ୍ଭ କରିଥିଲେ । ଯାହାକୁ ନେଇ ଏବେ କଳାକାର,ରାଜନେତା,ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।