ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଓମ୍ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’ ଉପରେ ଉଠୁଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖଲିୟା । ଯାହାଙ୍କୁ ଲୋକେ ପ୍ରକୃତ ସୀତା ମା କହି ପୂଜୁଥିଲେ ।
ଦୀପିକା ଏକ ସାକ୍ଷାତକାରରେ କହିଛନ୍ତି କି, ହିନ୍ଦୁ ମହାକାବ୍ୟ ସହିତ ଯେକୌଣସି ଟ୍ୟାମ୍ପରିଂକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି କି ହିନ୍ଦୁ ମହାକାବ୍ୟ ମନରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ ଏବଂ ଫିଲ୍ମ ନିର୍ମାତାମାନେ ପ୍ରତି ବର୍ଷରେ ନୂତନ ପରିବର୍ତ୍ତନ ଆଣିବା ଠାରୁ ଦୂରେଇ ରହିବା ଉଚିତ୍ । ଆଦିପୁରୁଷ ହେଉଛି ରାମାୟଣର ଏକ ବହୁଭାଷୀ ରିଟେଲିଂ । ଏହାର ସଂଳାପ, କଥାବାର୍ତ୍ତାର ଭାଷା ଏବଂ ହିନ୍ଦୁ ମହାକାବ୍ୟର କିଛି ଚରିତ୍ରର ଭୁଲ ବାଖ୍ୟା ପାଇଁ ଏହାକୁ ସମାଲୋଚନା କରାଯାଇଛି ।