ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କଡଙ୍କ ନଣଦ ତଥା ଅଭିନେତା ସୋଏବ ଇବ୍ରାହିମଙ୍କ ଭଉଣୀ ସବା ଇବ୍ରାଇମ ମୁମ୍ବାଈରେ ଗ୍ରାଣ୍ଡ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ । ଏହାସହିତ ସବା ହେଉଛନ୍ତି ଜଣେ ୟ୍ୟୁଟୁବର । ସବା ଓ ତାଙ୍କ ସ୍ୱାମୀ ଖାଲିଦଙ୍କ ଏହି ପାର୍ଟିକୁ ଖାସ୍ କରିବା ପାଇଁ ଲାଗିପଡିଥିଲେ ଦୀପିକା । ଏହାପରେ ବି ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି ଦୀପିକା ।
ନିଜ ନଣଦ ର ଏହି ପାର୍ଟିକୁ ଖାସ ବନେଇବା ପାଇଁ ବହୁତ ପରିଶ୍ରମ କରିଥିଲେ ଦୀପିକା । ସେ ସବୁକିଛି ନିଜେ ଦାୟିତ୍ୱରେ ହିଁ ବୁଝାବୁଝି କରୁଥିଲେ । ଏପରିକି ସବା ପିନ୍ଧିଥିବା ଡ୍ରେସ ମଧ୍ୟ ଦୀପିକା ଡିଜାଇନ କରିଥିଲେ ।
ସବା ତାଙ୍କ ରିସେପ୍ସନରେ ଏକ ପର୍ପଲ କଲରର ଗାଉନ ପିନ୍ଧିଥିଲେ । ଯେଉଁଥିରେ ଗୋଲ୍ଡେନ କଲରର ସୁତା କାମ ହୋଇଥିଲା । ଏହାସହିତ ସେ ସମାନ ରଙ୍ଗର ଓଢଣୀ ମଧ୍ୟ ପକେଇଥିଲେ । ସବାଙ୍କ ଏହି ଲୁକ୍ ଫ୍ୟାନ୍ସମାନଙ୍କୁ ବିଲକୁଲ ପସନ୍ଦ ଆସୁନି । ଯେଉଁଥିପାଇଁ ସେ ଦୀପିକାଙ୍କୁ ଟ୍ରୋଲ କରୁଛନ୍ତି ।
ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ଦୀପିକାଙ୍କୁ ଅନେକ ଗାଳି ଗୁଲଜ କରୁଛନ୍ତି । କିଏ କେତେ ପ୍ରକାରର କଥା କହୁଛନ୍ତି । କିଏ କହୁଛି ସବା ବୋହୂ ନୁହେଁ ତ ବାଇଗଣ ଭଳି ଦିଶୁଛି । ତ ପୁଣି ଆଉ କିଏ କହୁଛି ୟାଠୁ ଭଲ ଡ୍ରେସ ଚାନ୍ଦିନୀ ଚୌକରେ ମିଳିଯାଇଥାନ୍ତା ।