ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାରାଷ୍ଟ୍ରରେ ହଙ୍ଗମା ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି ପ୍ରଖ୍ୟାତ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର । ଏହି ଅବସରରେ ୟୁପି ରେ ଫିଲ୍ମ ସିଟି ନିର୍ମାଣକୁ ନେଇ ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ୟୁପିରେ ଫିଲ୍ମ ସିଟିର ଘୋଷଣା ପରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସମେତ ଅନେକ ଫଲ୍ମୀ ହସ୍ତୀମାନେ ଯୋଗୀଙ୍କ ଘୋଷଣାର ପ୍ରଶଂସା କରିସାରିଛନ୍ତି ।
ଏହି ଆଲୋଚନାରେ ଆହୁରୀ ଅନ୍ୟ ପ୍ରସଙ୍ଗ ବି ସାମିଲ ଅଛି । ଏହାସହିତ ମଧୁର ଭଣ୍ଡାରକରଙ୍କୁ ରାମ ମନ୍ଦିରର ପ୍ରସାଦ ରୂପେ ପ୍ରଭୁ ରାମଙ୍କ କଏନ ପ୍ରଦାନ କରିଛନ୍ତି ଯୋଗୀ ଆଦିତ୍ୟନାଥ ।
ଯୋଗୀଙ୍କ ସହ ସାକ୍ଷତପରେ ମଧୁର ଭଣ୍ଡାରକର କହିଛନ୍ତି କି, ହାଇଦ୍ରାବାଦରେ ଯେଉଁଭଳି ରାମୋଜି ଫିଲ୍ମ ସିଟି ଅଛି, ଠିକ୍ ସେହିପରି ନୋଏଡାରେ ଫିଲ୍ମ ସିଟି ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାସ ଆରମ୍ଭ କରିଛନ୍ତି । ଏନେଇ ଇଣ୍ଡଷ୍ଟ୍ରୀରେ ଖୁସୀରେ ମାହୋଲ ଦେଖିବାକୁ ମିଳୁଛି ।
ସୂଚନାଯୋଗ୍ୟ, ଶୁକ୍ରବାର ଯୋଗୀ ଆଦିତ୍ୟନାଥ କହିଥିଲେ କି, ଦେଶରେ ଏକ ଭଲ ଫିଲ୍ମ ସିଟିର ଆବଶ୍ୟକତା ରହିଛି । ଏହି ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ରହିଛି ଉତ୍ତର ପ୍ରଦେଶ । ଆମେ ଦେଶରେ ସବୁଠାରୁ ସୁନ୍ଦର ଫିଲ୍ମସିଟି ନିର୍ମାଣ କରିବୁ । ସେଥିପାଇଁ ନୋଏଡା, ଗ୍ରେଟର ନୋଏଡା ଏବଂ ଯମୁନାଏକ୍ସପ୍ରେସ ଅଞ୍ଚଳ ଭଲ ହେବ ।