ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ନାହାନ୍ତି ବଲିଉଡର ବର୍ଷିୟାନ୍ ଫିଲ୍ମ ନିର୍ମାତା ରାଜକୁମାର କୋହଲି । ହୃଦଘାତରେ ତାଙ୍କର ପରଲୋକ ଘଟିଛି । ୯୫ ବର୍ଷ ବୟସରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ସକାଳେ ଗାଧୋଇବା ପାଇଁ ବାଥରୁମ୍ ଯାଇଥିଲେ ରାଜକୁମାର କୋହଲି । କିନ୍ତୁ ବହୁତ ସମୟ ଯାଏଁ ବାଥରୁମରୁ ବାହାରିନଥିଲେ । କବାଟ ଭାଙ୍ଗି ତାଙ୍କୁ ତାଙ୍କ ପୁଅ ବାହାରକୁ ବାହାର କରିବା ପରେ ହସ୍ପିଟାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ତାଙ୍କ କ୍ୟାରିଅରେ ସେ ଅନେକ ଫିଲ୍ମ ଯେପରିକି ନାଗିନ, ଜାନି ଦୁଷ୍ମନ, ବିବି ନୌକର କା, ବଦଲେ କି ଆଗ୍, ରାଜ ତିଲକ, ଇନ୍ତକାମ ଭଳି ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ।