ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ବର୍ଷିଆନ ଅଭିନେତ୍ରୀ ହେମାମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଝିଅ ହେଉଛନ୍ତି ଈଶା ଦେୱାଲ । ସେ ମଧ୍ୟ ବଲିଉଡରେ ପାଦ ଦେଇଥିଲେ । କିନ୍ତୁ ମା’ ଏବଂ ବାପାଙ୍କ ଭଳି ସଫଳତା ହାସଲ କରିପାରିନଥିଲେ । ଈଶା ୨୦୧୨ରେ ବିଜ୍ନେସମ୍ୟାନ ଭାରତ ତଖତାନୀଙ୍କୁ ବିବାହ କରିଥିଲେ । ଏବଂ ୨୩ ଅକ୍ଟୋବର ୨୦୧୭ରେ ସେ ତାଙ୍କ ଝିଅଙ୍କୁ ଜନ୍ମ ଦେଇଥିଲେ ।
ଈଶା ଏବଂ ଭାରତ ଦୁହେଁ ମିଶି ଝିଅର ନାମ ରାଧ୍ୟା ରଖିଥିଲେ । ରାଧ୍ୟା ଏବେ ୬ମାସର । ଏପର୍ଯ୍ୟନ୍ତ ଈଶା ତାଙ୍କ ଝିଅଙ୍କୁ ମିଡିଆ ଠାରୁ ଦୂରେଇ ରଖିଥିଲେ । କିନ୍ତୁ ବର୍ତ୍ତମାନ ଈଶା ତାଙ୍କ ଝିଅ ରାଧ୍ୟାଙ୍କ ପ୍ରଥମ ଫଟୋ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏବଂ କ୍ୟାପସ୍ନ ଦେଇଛନ୍ତି ‘ରାଧ୍ୟା ତଖତାନୀ ଆୱାର ଡାର୍ଲିଙ୍ଗ ଡଟର’ ।
ଏହି ଫଟୋରେ ରାଧ୍ୟା ତାଙ୍କର ସୁନ୍ଦର ଆଖିରେ କ୍ୟାମେରାକୁ ଚାହିଁ ଥିବାର ନଜର ଆସୁଛନ୍ତି । ଏହି ଫଟୋକୁ ଦେଖିଲା ପରେ ତୁଷାର କପୁର ଏବଂ ଅଭିଶେଖ ବଚ୍ଚନ ,ରାଧ୍ୟାଙ୍କୁ ଆର୍ଶିବାଦ କରିବା ସହତି କମେଂଟ ଦେଇଛନ୍ତି ।
ସୁଚନାଅନୁଯାୟୀ,ଈଶା ବିବାହର ୫ ବର୍ଷ ପରେ ରାଧ୍ୟାଙ୍କୁ ଜନ୍ମ ଦେଇଥିଲେ । ଝିଅ ଜନ୍ମ ହେବା ପରେ ଭାରତ କହିଥିଲେ ଯେ, ‘ମୁଁ ବହୁତ ଖୁସି ଅଛି । ଆଜି ମୁଁ ମୋ ନିଜର ଖୁସିକୁ ନିୟନ୍ତ୍ରଣରେ ରଖିପାରୁନି । ମୋତେ ଲାଗୁଛି କି ବେବି ମୋ ଭଳି ଦିଶୁଛି । ଯେତେବେଳେ ସେ ହସେ ସେତେବେଳେ ମୋତେ ଲାଗେ କି ସାରା ଦୁନିଆ ହସୁଛି’ ।