ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ପ୍ରକାଶ ପାଇଛି ଫୋବର୍ସର ଧନୀ ତାଲିକା । ଏଥିରେ ଭାରତର ଦୁଇ ଦୁଇ ଜଣଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ସେଲିବ୍ରିଟି ତାଲିକାର ଏକ ନମ୍ବରରେ ଭାଇଜାନଙ୍କ ସ୍ଥାନ ପାଇଥିବା ବେଳେ ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ଭିତରେ ସ୍ଥାନ ପାଇଛି ପ୍ରିୟଙ୍କା ଚୋପ୍ରାଙ୍କ ନାଁ ।
୨୦୧୮ ଫୋର୍ବସ ଭାରତୀୟ ସେଲିବ୍ରେଟି ତାଲିକାରେ ବଲିଉଡର ଭାଇଜାନ ସଲମାନ ଖାନ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଅର୍ଥାତ୍ ସେ ଭାରତର ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରେ ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି ବୋଲି ଏବେ କୁହାଯାଇପାରେ । ଲଗାତାର ତୃତୀୟ ଥର ଲାଗି ସଲମାନ ଫୋବର୍ସ ତାଲିକାର ଏକ ନମ୍ବର ସ୍ଥାନରେ ରହି ଆସୁଛନ୍ତି ।
ସେପଟେ ଚଳିତ ବର୍ଷ ଦୀପିକା ପାଦୁକୋନ ଟପ୍୧୦ ସେଲିବ୍ରେଟିଙ୍କ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଶାହାରୁଖ ଖାନ୍ ଟପ୍ ୧୦ ଧନୀ ତାଲିକାରୁ ବାଦ୍ ପଡିଛନ୍ତି । ସେଲିବ୍ରେଟିଙ୍କ ଆୟକୁ ଦୃଷ୍ଟିରେ ରଖି ଫୋବର୍ସ ପକ୍ଷରୁ ୧୦୦ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଥାଏ । ୨୦୧୭ ଅକ୍ଟୋବର ୧ରୁ ୨୦୧୮ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସେଲିବ୍ରେଟିଙ୍କ ଆୟକୁ ଦେଖି ଫୋବର୍ସ ପକ୍ଷରୁ ୧୦୦ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଏ । ଫୋବର୍ସର ରିପୋର୍ଟ ଅନୁସାରେ ଚଳିତ ବର୍ଷ ସଲମାନ ୨୫୩.୨୫ କୋଟି ଆୟ କରିଛନ୍ତି ।
ଏଥିସହ ଫୋବର୍ସ ପକ୍ଷରୁ ବିଶ୍ୱର ୧୦୦ ଜଣ ପ୍ରମୁଖ ମହିଳାଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି । ଯେଉଁଥଇରେ ସ୍ଥାନ ପାଇଛି ପ୍ରିୟଙ୍କା ଚୋପ୍ରାଙ୍କ ନାଁ । ସେ ଏହି ତାଲିକାରେ ୯୪ତମ ସ୍ଥାନରେ ରହିଥିବା ବେଳେ ଅନ୍ତର୍ଜାତୀୟ ସ୍ତରର ଚଳଚ୍ଚିତ୍ରରେ ଅଭିନୟ କରିବା ସହ ବିଭିନ୍ନ ଚ୍ୟାରିଟି ତାଙ୍କୁ ବେଶ୍ ଲୋକପ୍ରିୟ କରି ପାରିଛି ।