ଚେନ୍ନାଇ(ଏଟିଆର ବ୍ୟୁରୋ); ଛାତ୍ରୀମାନଙ୍କ ସୁରକ୍ଷା ନେଇ ସରକାର ବହୁ ଚେଷ୍ଟା ଚଳାଇଥିଲେ ମଧ୍ୟ ତାହା କେଉଁଠି ନା କେଉଁଠି ଅସଫଳ ସାବ୍ୟସ୍ତ ହେଉଛି । ଘର ବାହାରେ ସେମାନଙ୍କ ସହ ର୍ଦୁବ୍ୟବହାର କରାଯାଉଥିଲେ ମଧ୍ୟ ଏବେ ବନ୍ଦ ଘରେ ସେମାନଙ୍କ ଇଜ୍ଜତର ଖୋଲାଖୋଲି ନିଲାମ ହେଉଛି । କାରଣ ଛାତ୍ରୀ ନିବାସରେ ଥିବା ବାଥରୁମରେ ହିଡେନ କ୍ୟାମେରା ଲାଗିଥିବାଦେଖିବାକୁ ମିଳିଛିି । ଏହିପରି ଏକ ଘଟଣାର ପର୍ଦ୍ଦାଫାର୍ସ କରିଛି ଚେନ୍ନାଇ ପୋଲିସ । ଝିଅମାନଙ୍କୁ ରୁମ ଭଡା ଦେଇ ବାଥରୁମରେ ଘର ମାଲିକ ଲଗାଇ ଥିଲା ହିଡେନ୍ କ୍ୟାମେରା । ସମ୍ପତ୍ ରାଜ ନାମକ ଜଣେ ବ୍ୟକ୍ତିଙ୍କ ଘରେ ୭ଜଣ ଝିଅ ଭଡାରେ ରହୁଥିଲେ । ସେମାନେ ଘର ବାବଦ ଆଡଭାନ୍ସ ୨୦,୦୦୦ ଟଙ୍କା ଦେଇଥିବା ବେଳେ ମାସିକ ୫,୫୦୦ଟଙ୍କା ଦେଇ ରହିଆସୁଥିଲେ ।
କୌଣସି କାରଣବଶତଃ ଝିଅମାନଙ୍କୁ ସନ୍ଦେହ ହେବାରୁ ସେମାନେ ଗତ ୨ ତାରିଖରେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମଙ୍ଗଳବାର ଦିନ ଚେନ୍ନାଇ ପୋଲିସ ଘରର ଯାଞ୍ଚ କରିଥିଲା । ଦୁଇଟି କ୍ୟାମେରା ଲାଇଟ୍ ବଲବରେ, ହ୍ୟାଙ୍ଗରରେ ଦୁଇଟା, ବେଡ୍ରୁମରେ ଦୁଇଟା ଏବଂ ବାଥରୁମରେ ମଧ୍ୟ ଦୁଇଟା କ୍ୟାମେରା ଲାଗିଥିବା ଜଣାପଡିଥିଲା । ଏହାସହ ଦରକାର ସମୟରେ ଘର ମରାମତି ନାମରେ କ୍ୟାମେରା ଗୁଡିକୁ ଆଡଜଷ୍ଟ କରାଯାଉଥିଲା । ଏହି ଘଟଣା ପରେ ଆଇଟି ଆକ୍ଟ ଆଧାରରେ ସମ୍ପତଙ୍କୁ ଗିରଫ କରି ପଚରାଉଚରା କରିଛନ୍ତି । ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024