ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୁନ୍ଦରତା ବଢାଇବା ଲାଗି କିଏ କେତେ କଣ ଉପାୟ ଆପଣାଇଥାନ୍ତି । ଖାସକରି ମହିଳା ମାନେ ନିଜ ତ୍ୱଚା ଓ କେଶକୁ ନେଇ ଅଧିକ ଯତ୍ନଶୀଳ । ଆଜିକା ପରିବେଶରେ ଖୁବ କମ୍ ସମୟରେ କେଶ ଧଳା ହୋଇଯାଉଥିବା ବେଳେ ଏଥିପାଇଁ ମହିଳା ମାନେ ଅଧିକ ଚିନ୍ତିତ ରହିଥାନ୍ତି । ଏହାର ସମାଧାନ ଲାଗି ମହିଳା ମାନେ ବିୟୁଟି ପ୍ରଡକ୍ଟର ସାହାର୍ଯ୍ୟ ନେଇଥାନ୍ତି । ଆପଣ ମଧ୍ୟ ସେହିପରି କରୁଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ । ଏହା ଆପଣଙ୍କ ମୁଖ ସୌନ୍ଦର୍ଯ୍ୟକୁ ବିକୃତ କରିପାରେ ।
ଆଜ୍ଞା ହଁ ଏହା କୌଣସି ମନଗଢା କାହାଣୀ ନୁହଁ ଏପରି ଏକ ସତ୍ୟ ଘଟଣା ଫ୍ରାନ୍ସରେ ଘଟିଛି । ଯେଉଁଥିରେ ମହିଳା ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି ।
ଫ୍ରାନ୍ସର ଏକ ମହିଳା ନିଜ କେଶକୁ ସୁନ୍ଦର କାରିବା ଲାଗି ନିଜ କେଶରେ କିଛି ପ୍ରସାଧନ ସାମଗ୍ରୀ ଲଗାଇଥିଲେ । କିନ୍ତୁ ଏହାକୁ ଲଗାଇବା ପରେ ତାଙ୍କ ସହ ଯାହା ହେଲା ତାହା ସେ କେବେ ବି ଭାବି ନଥିବେ ।
ପ୍ୟାରିସରେ ରହୁଥିବା ୧୯ ବର୍ଷୀୟ ଏଷ୍ଟିଲ୍ ନିଜ କେଶକୁ ରଙ୍ଗ କରିବାକୁ ସ୍ଥାନୀୟ ବଜାରରୁ କେଶ ରଙ୍ଗ ସାମଗ୍ରୀ ଆଣିଥିଲେ । ଏହି ପ୍ରସାଧନ ସାମଗ୍ରୀ ନିଜ ମୁଣ୍ଡରେ ଲଗାଇବା ପରେ ତାଙ୍କ କେଶ ମୂଳ ଖୁବ୍ ଜୋରରେ କୁଣ୍ଡାଇ ହେଲା ଏହାପରେ ମୁଣ୍ଡ ଫୁଲି ବଲ୍ ଆକାରର ହୋଇଗଲା । ଏବଂ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ଉପୁଜିଲା । ତା ପର ଦିନ ଯେତେବେଳେ ସେ ଶୋଇକରି ଉଠିଥିଲେ ତାଙ୍କ ମୁହଁ (୬୩ ସେମି) ଦୁଇ ଗୁଣା ବଢିଯାଇଥିଲା ।
ଏହାପରେ ତାଙ୍କ ଘର ଲୋକ ତାଙ୍କୁ ତୁରନ୍ତ ମେଡିକାଲ ନେଇଯାଇଥିଲେ । ତକ୍ରାଳୀନ ଚିକିତ୍ସା ଯୋଗୁଁ ତାଙ୍କ ଜୀବନ ବଞ୍ଚିପାରିଥିଲା । ଡାକ୍ତରଙ୍କ କହିବା ଅନୁସାରେ ମହିଳା ଜଣଙ୍କ ବ୍ୟବହାର କରୁଥିବା ପ୍ରସାଧନ ଦ୍ରବ୍ୟରେ ପିପିଡି ଭଳି ମାରାତ୍ମକ କେମିକାଲ ଥିବା ଯୋଗୁଁ ଏପରି ଘଟଣା ଘଟିଥିଲା ।