ମୁମ୍ବାଇ ( ଏଟିଆର ବ୍ୟୁରୋ): ଅଭିନେତ୍ରୀ ଜେନେଲିଆ ଡିସୁଜା ୩ ସପ୍ତାହ ହେଲା କରୋନା ପଜେଟିଭ ଥିଲେ । ଗତ ୩ ସପ୍ତାହ ତଳେ ତାଙ୍କ କରୋନା ରିପୋର୍ଟ ପଜେଟିଭ ଆସିଥିଲା । ଯାହା ଏବେ ସେ କରିଥିବା ଇନଷ୍ଟା ପୋଷ୍ଟରୁ ଏହି ସୂଚନା ମିଳିଛି । ଅଭିନେତ୍ରୀ ଜେନେଲିଆ ଡିସୁଜା ଇନଷ୍ଟାରେ ଲେଖିଛନ୍ତି ତିନି ସପ୍ତାହ ପୂର୍ବରୁ ମୋର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ମୁଁ ଏଥିପାଇଁ ୨୧ ଦିନ ଆଇସୋଲେସନରେ ରହିଥିଲି । ଯାହା ମୋ ପାଇଁ ସହଜ ନଥିଲା ।
୨୧ ଦିନ ପରେ ଏବେ ମୋର କରୋନା ରିପୋର୍ଟ ନେଗଟିଭ ଆସିଛି । ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ମୋ ଦେହରେ କୌଣସି କରୋନା ଲକ୍ଷଣ ନଥିଲା । ତେବେ ଜେନେଲିଆଙ୍କ ଏହି ପୋଷ୍ଟ ପରେ ତାଙ୍କୁ ଏବେ ଟ୍ରୋଲ ହେବାକୁ ପଡୁଛି ।
କାରଣ ପୂର୍ବରୁ ଦେଖାଯାଇଛି ବହୁ ବଡବଡ ନେତା ଓ ଅଭିନେତା ମାନେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସୋସିଆଲ ମିଡିଆରେ ସୂଚନା ଦେଉଛନ୍ତି । ଏବଂ ତାଙ୍କ ସଂଷ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରାଇନେବାକୁ କହିଥାନ୍ତି । ମାତ୍ର ଜେନେଲିଆ ଏହି ସୂଚନା ପୂର୍ବରୁୁ ଦେଇ ନିଜେ ସୁସ୍ଥ ହେଲା ପରେ ଦେଇଛନ୍ତି ।