ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ହ୍ରିତିକ୍ ରୋଶନଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ହେଉଛି । ୨୦୧୪ରେ ହ୍ରିତିକ୍ ଏବଂ ସୁଜୈନଙ୍କ ଛାଡପତ୍ର ପରେ ମଧ୍ୟ ଅନେକ ସମୟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ଦୁହେଁ ନିଷ୍ପତି ନେଇଥିଲେ ଯେ ତାଙ୍କ ମଧ୍ୟରେ ବିଚ୍ଛେଦର ପ୍ରଭାବ ଯେପରି ତାଙ୍କ ପିଲାଙ୍କ ଉପରେ ନପଡିବ । ସେଥିପାଇଁ ସେ ଦୁହେଁ ତାଙ୍କ ପିଲାଙ୍କୁ ନେଇ କେତେବେଳେ ଭ୍ୟାକେସନରେ ଯାଇଥାନ୍ତି ତ ଆଉ କେତେବେଳେ ମୁଭି ଡେଟ୍ ରେ ଯାଇଥାନ୍ତି ।
ନିକଟରେ ଏହି ଫ୍ୟାମିଲଙ୍କୁ ଏକ ଫିଲ୍ମ ହଲରେ ଏକାଠି ଦେଖିବାକୁ ମିଳିଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫଟୋକୁ ଦେଖିଲା ପରେ ଆପଣ ମଧ୍ୟ କହିବେ ଯେ ଦୁହିଁଙ୍କ ମଧ୍ୟରେ ହୁଏତ ଛାଡପତ୍ର ହୋଇଥାଇପାରେ, କିନ୍ତୁ ବନ୍ଧୁତା ବଳବତ୍ତର ରହିଛି ।
ହ୍ରିତିକ୍ ପୁଣି ଥରେ ସୁଜୈନଙ୍କୁ ବିବାହ କରିବେ ବୋଲି ତାଙ୍କ ପିତା ରାକେଶ ରୋଶନଙ୍କୁ ମନେଇ ସାରିଲେଣି ବୋଲି ଶୁଣିବାକୁ ମିଳୁଛି । ସୁଜୈନ ମଧ୍ୟ ହ୍ରିତିକ୍ ଙ୍କର ଏହି ନିଷ୍ପତିରେ ରାଜି ଅଛନ୍ତି । ଲୋକଙ୍କ କହିବାନୁଯାୟୀ ସେହି ଦିନ ଦୂର ନାହିଁ ଯେଉଁଦିନ ବିଧିବଧ ଭାବେ ଦୁହେଁ ପତି ଏବଂ ପତ୍ନୀ ହେବେ କିନ୍ତୁ ବର୍ତ୍ତମାନ ବିବାହର କୌଣସି ଖବର ନାହିଁ ।