କୋଲକାତା (ଏଟିଆର ବ୍ୟୁରୋ): କୋଲକାତାରେ ଅୟୋଜିତ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବର ୨୪ତମ ସଂସ୍କରଣରେ ସାମିଲ ହେବା ପାଇଁ ବଲିଉଡ କଳାକାର ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶାହରୁଖ ଖାଁ, ବହିଦା ରେହମାନ, ମହେଶ ଭଟ୍ଟ, ବିଶ୍ୱଜିତ୍ ଚାଟାର୍ଜି ସମେତ ଅନ୍ୟ କଳାକାରମାନେ ଆଜି ସକାଳୁ କୋଲକାତାରେ ପହଁଚିଛନ୍ତି । ସେମାନଙ୍କୁ କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଭବ୍ୟ ସ୍ୱାଗତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ କଳାକାରମାନଙ୍କୁ ସ୍ୱାଗତ ଜଣେଇବା ସହ , ଚଳିତ ବର୍ଷ ଏହି ଫିଲ୍ମ ମହୋତ୍ସବ ସ୍ମରଣୀୟ ହେବ ବୋଲି କାମନା କରିଛନ୍ତି ।
ଖବରମୁତାବକ, ଚଳିତ ବର୍ଷ ଫିଲ୍ମ ମହୋତ୍ସବରେ ଇରାନର ନିର୍ଦ୍ଦେଶକ ମାଜିଦ ମଜିଦି ମୁଖ୍ୟ ଆକର୍ଷଣ କାରଣ ଗତବର୍ଷ ତାଙ୍କ ସୁପରଷ୍ଟାର ଫିଲ୍ମ କୋଲକାତା ଫିଲ୍ମମହୋତ୍ସବରେ ଦେଖିବାକୁ ମିଳିଥିଲା । ଏହା ବ୍ୟତିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହିତ ଅମିତାଭ ବଚ୍ଚନ, ଶାହରୁଖ ଖାଁ ଏବଂ ଅନ୍ୟ କଳାକାରମାନଙ୍କ ଉପସ୍ଥିତିରେ ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଶହେ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏହି ଫିଲ୍ମ ମହୋତ୍ସବରେ ବିଭିନ୍ନ ଦେଶର ୧୭୧ଟି ଫିଲ୍ମ ପ୍ରଦର୍ଶିତ କରାଯିବ । ଅଷ୍ଟ୍ରେଲିଆକୁ କଣ୍ଟ୍ରି ଥିମ୍ ଭାବେ ବଛାଯାଇଛି ।