ମୁମ୍ବାଇ (ଏଟିଆର ବ୍ୟୁରୋ): ଅମ୍ବାନୀ ହାଉସରେ ଆରମ୍ଭ ହୋଇଯାଇଛି ବାହାଘରର ରଶମ । ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ତାଙ୍କ ସାଙ୍ଗ ଆନନ୍ଦ ପିରାମଲଙ୍କୁ ବାହା ହେବାକୁ ଯାଉଛନ୍ତି । ଚଳିତ ବର୍ଷ ଡିସେମ୍ବର ୧୨ ତାରିଖରେ ଦୁହେଁ ମୁମ୍ବାଇରେ ସାତ ଫେରା ନେବେ । ବାହାଘର ପୂର୍ବରୁ ଗୃହ ଶାନ୍ତି ପୂଜା ରଖାଯାଇଥିଲା । ଯେଉଁଥିରେ ଇଶାଙ୍କ ରୟାଲ ଲୁକ୍ ଦେଖିବାକୁ ମିଳିଛି । ଏହି ପୂଜାରେ ଇଶା ଫ୍ୟାସନ ଡିଜାଇନର୍ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଆଉଟଫିଟ୍ ପିନ୍ଧିଥିଲେ । ଯାହାର ଫଟୋ ନିଜ ସବ୍ୟସାଚୀ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଡରେ ପୋଷ୍ଟ କରିଛନ୍ତି ।
ଡିଜାଇନର୍ ମିରର କାମ ହୋଇଥିବା ଲେହଙ୍ଗା ସହିତ ଇଶା ସବ୍ୟସାଚୀଙ୍କ କଲେକସନ୍ ଅଳଙ୍କାର ମଧ୍ୟ ପିନ୍ଧିଥିଲେ । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦିଶୁଥିଲେ । ଇଶାଙ୍କର ଏହି ଲୁକ୍ ପାଇଁ ସବ୍ୟସାଚୀଙ୍କୁ ସୋସିଆଲ ମିଡିଆରେ ଅନେକ ପ୍ରଶଂସା ମଧ୍ୟ ମିଳୁଛି । ଏହି ଲୁକ୍ ରେ ଇଶା କୌଣସି ରୟାଲ ପ୍ରିନସେସ୍ ଠାରୁ କମ୍ ନଜର ଆସୁନଥିଲେ ।