ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ଏବଂ ବିବାଦର ସମ୍ପର୍କ ବହୁ ପୁରୁଣା । ତିଳେ ମାତ୍ରେ ଟ୍ରୋଲର୍ସ ବି ତାଙ୍କୁ ଛାଡୁ ନାହାଁନ୍ତି । ନିକଟରେ କଙ୍ଗନାଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିଫ୍ ଖାଇବା କଥା କହିଛନ୍ତି । ଏହାକୁ ନେଇ କଙ୍ଗନାଙ୍କୁ ଟ୍ରୋଲ କରାଯାଇଛି । ସେପଟେ ଏହି ମାମଲାକୁ ନେଇ କଙ୍ଗନାଙ୍କ ଟିମ୍ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି ।
ଇଣ୍ଟରଭ୍ୟୁରେ କଙ୍ଗନା କହିଥିଲେ କି , ‘’ ଯେଉଁ ଦିନ ସେ ତାଙ୍କ ଘର ଛାଡିଲେ, ସେବେ ତାଙ୍କ ମା’ କଙ୍ଗନାଙ୍କୁ ଏକ ପ୍ରତିଜ୍ଞା କରିବାକୁ କହିଥିଲେ । ମା’ଙ୍କ କହିବାନୁଯାୟୀ ଆମେ ହିନ୍ଦୁ , ସେଥିପାଇଁ କଦାପି ବିଫ୍ ଖାଇବୁ ନାହିଁ । ସେବେଠାରୁ ମୁଁ ଏହାକୁ ଆପଣାଇବାକୁ ବହୁତ ଉତ୍ସୁକ ଥିଲି କାରଣ ମୋତେ ଲାଗୁଥିଲା କି ବିଫ୍ ବିଷୟରେ କିଛି ତ ଥିବ, ଯାହାକୁ ମୋ ମା’ ଖାଇବାକୁ ମନା କଲେ । ସେଥିପାଇଁ ମୁଁ ବିଫ୍ ଖାଇଲି । ଖାଇବା ପରେ ମତେ ଭଲ ଲାଗିଲା । ଏବେ ମେ ନିୟମିତ ବିଫ୍ ଖାଉଛି ।
ଏହି ଇଣ୍ଟରଭ୍ୟୁକୁ ସେୟାର କରି ଜଣେ ଟ୍ରୋଲର ଲେଖିଛନ୍ତି କି , କଙ୍ଗନା ରଣାୱତ ମାନବିକତା କୁ ନେଇ ଲଜ୍ୟା.. ଯେଉଁ ଧର୍ମର ସେହି ଧର୍ମକୁ ନେଇ ଲଜ୍ୟା..ଜଣେ ଝିଅ ଭାବେ ଲଜ୍ୟା.. କାରଣ ଏହି ଝିଅ ଯୋଗୁଁ ଜଣେ ଭଲ ଝିଅର ଚରିତ୍ର ଉରେ ସନ୍ଦେହ ହୋଇଥାଏ ।
ସେପଟେ ଏହି ମାମଲାରେ କଙ୍ଗନା ରଣାୱତଙ୍କ ଟିମ୍ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି । ସେ ଲେଖିଛନ୍ତି କି, ବିଫ୍ ଖାଇବା ଦ୍ୱାରା କିମ୍ବା କୌଣସି ଅନ୍ୟ ମାଂସ ଖାଇବା କିଛି ବି ଭୁଲ୍ ନୁହେଁ । ଏହା ଧର୍ମ ବିଷୟରେ ନୁହେଁ । ସମସ୍ତେ ଜାଣିଛନ୍ତି କି ୮ ବର୍ଷ ପୂର୍ବରୁ କଙ୍ଗନା ସାକାହାରୀ ହୋଇସାରିଛନ୍ତି । ସେ ଏବେ ବି କୌଣସି ଧର୍ମ ଉପରେ ବିଶ୍ୱାସ ରଖନ୍ତି ନାହିଁ । ଏହାବ୍ୟତିତ ଆମେ ମଧ୍ୟକାଳୀନ ଯୁଗରେ ବଞ୍ଚୁ ନାହୁଁ । ଆଜିକାଲି ଯେକୌଣସି ବ୍ୟକ୍ତି ନିଜର ଧର୍ମ ବନେଇ ପାରିବେ ଏବଂ ଏହାର ଅନୁସରଣ କରିପାରିବେ ।