ମୁମ୍ବାଇ (ଏଟିଆର ବ୍ୟୁରୋ): ଫିଲ୍ମ ‘ମଣିକର୍ଣ୍ଣିକା’ ରିଲିଜ୍ ହେବା ପରେ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ନିକଟରେ କଙ୍ଗନା ଦିଲ୍ଲୀରେ ଆୟୋଜିତ ଏକ ପ୍ରୋଗ୍ରାମରେ ଯୋଗ ଦେଇଥିଲେ । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି । ସେହି ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ହାତ ଯୋଡି କଙ୍ଗନାଙ୍କୁ ସାକ୍ଷାତ କରୁଛନ୍ତି ।
Two flaming Nationalists & epitome of achieving the highest echleons of success through one's own perseverance.#KanganaRanaut meets @narendramodi at #IndianTodayConclave #KanganaAtIndiaTodayConclave
Kangana at ITC @PMOIndia @IndiaToday pic.twitter.com/iPIcGbDKLu— Team Kangana Ranaut (@KanganaFanClub) March 2, 2019
ପ୍ରଧାନମନ୍ତ୍ରୀ ଏବଂ କଙ୍ଗନାଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲା । ଏହି ପ୍ରୋଗ୍ରାମରେ କଙ୍ଗନା ଫିଲ୍ମ ଇଣ୍ଡଷ୍ଟ୍ରୀ, କରଣ ଜୋହର ଏବଂ ନିଜର ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି କି ,‘ମୋତେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାହାରି ସହଯୋଗ ଲୋଡା ନାହିଁ । ଏହାସହିତ ମୁଁ ଖାନ୍ ହିରୋଙ୍କ ସହିତ କାମ କରିବି ନାହିଁ । ମୁଁ ମୋ ବଳପୂର୍ବକ ସଫଳତା ପାଇଛି । ମୁଁ ମୋ ନିୟମ ସେଟ୍ କରିଛି । ମୁଁ ମୋ ଜୀବନରେ ଅଧିକାଂଶ ନୂତନ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ସହ କାମ କରିଛି’ ।
ସବୁଠୁ ବଡ କଥା ହେଉଛି ଏହି ଆଲୋଚନାରେ କଙ୍ଗନା ତାଙ୍କ ରିଲେସନସିପ୍ କଥା କହିଛନ୍ତି । ହୁଏତ ସେହି ବ୍ୟକ୍ତି ଜଣକ କିଏ ସେ ନେଇ କଙ୍ଗନା ସ୍ପଷ୍ଟ କରି ନାହାନ୍ତି । କିନ୍ତୁ ସେ ବହୁତ ଶୀଘ୍ର ବାହା ହେବେ ବୋଲି ଇଶାରା କରିଛନ୍ତି ।
କରଣ ଜୋହରଙ୍କୁ ନେଇ କଙ୍ଗନା କହିଛନ୍ତି କି , ‘ଆଇଆଇଏଫଏ ମଞ୍ଚରେ କରଣ ମୋର ମଜାକ ଉଡାଇଛନ୍ତି । ଯେପରିକି ଜବଲେସ୍, ନେପୋଟିଜ୍ମ ଆଦି ଏଭଳି କହିଛନ୍ତି । ମୁଁ ଏହାର ଜବାବରେ କହିଛି କି ପ୍ରଥମେ ମୋର ଟ୍ୟାଲେଣ୍ଟ ଦେଖ ତା ପରେ ଯାଇ ତୁମ ଫିଲ୍ମ ଦେଖିବ । ମୋତେ ଲାଗୁଛି କି କିଛି ଲୋକଙ୍କୁ ଚବନପ୍ରାସ୍ ଖାଇବା ଆବଶ୍ୟକ ।’