ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫିଲ୍ମ ଏବଂ ନିଜର ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ବଲିଉଡ କୁଇନ୍ କଙ୍ଗନା ରଣାୱତ । ଏଥର ମଧ୍ୟ ସେ ଚର୍ଚ୍ଚାକୁ ଆସିଛନ୍ତି ତାହା ପୁଣି ନିଜ ବ୍ୟକ୍ତିଗତ ଜୀବନକୁ ନେଇ । କଙ୍ଗନା ତାଙ୍କ ବିବାହ ଏବଂ ପରିବାର କରିବାକୁ ନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି ସେ ଆଗାମୀ ୫ ବର୍ଷରେ ନିଜକୁ ଜଣେ ମା ଏବଂ ପତ୍ନୀ ଭାବେ ଦେଖିବାକୁ ଚାହାନ୍ତି ।
ଏକ ୱେବସାଇଟି ସାକ୍ଷାତକାରରେ ସେ ଫିଲ୍ମର କାରିୟର ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା ହୋଇଛନ୍ତି । ଏହାସହିତ ସେ କହିଛନ୍ତି କି ବର୍ତ୍ତମାନ ସମୟରେ ସେ ତାଙ୍କ ଜୀବନର ବହୁତ ଭଲ ସମୟ ଦେଇ ଗତି କରୁଛନ୍ତି । ସାକ୍ଷାତକାରରେ ଯେତେବେଳେ ତାଙ୍କୁ ପଚରାଗଲା କି ଆଗାମୀ ୫ ବର୍ଷରେ ନିଜକୁ କେଉଁଠି ଦେଖିବାକୁ ଚାହୁଁଛନ୍ତି ସେ କହିଥିଲେ କି ମୁଁ ନିଶ୍ଚିତ ଭାବେ ବିବାହ ଏବଂ ସନ୍ତାନ ପ୍ରାପ୍ତ କରିବାକୁ ଚାହିଁଛି । ମୁଁ ନିଜକୁ ଆଗାମୀ ୫ ବର୍ଷରେ ଜଣେ ମା ଏବଂ ପତ୍ନୀ ଭାବେ ଦେଖୁଛି । ଯେତେବେଳେ ତାଙ୍କୁ ପାଞ୍ଚ ବର୍ଷ ମଧ୍ୟରେ ମା ଏବଂ ସ୍ତ୍ରୀ ହେବାର ପ୍ରୋଜେକ୍ଟରେ କାମ କରୁଛନ୍ତି କି ବୋଲି ପଚରାଗଲା, କଙ୍ଗନା ହସି ହସି ଉତ୍ତର ଦେଲେ, ହଁ।
ଏହାପରେ ଯେତେବେଳେ ତାଙ୍କୁ ତାଙ୍କୁ ପାର୍ଟନରଙ୍କ ବିଷୟରେ ପଚରାଗଲା ସେ କହିଲେ କି ବହୁତ ଶୀଘ୍ର ଜାଣିଯିବେ ।