ମୁମ୍ବାଇ (ଏଟିଆର ବ୍ୟୁରୋ):ବଲିଉଡ ଫିଲ୍ମ ‘ମଣିକର୍ଣ୍ଣିକା’ର ସୁଟିଂ ସାରି ,ଏବେ ଅନ୍ୟ ଏକ ଫିଲ୍ମ ‘ମେଣ୍ଟାଲ ହୈ କ୍ୟା’ସୁଟିଂରେ ବ୍ୟସ୍ତ ଅଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ଏହି ସମୟରେ କଙ୍ଗନାଙ୍କର ଏକ ଭିଡିଓ ସମ୍ନାକୁ ଆସିଛି । ସେ ଏଥିରେ ପ୍ଲାଷ୍ଟିକ ବ୍ୟାଗରେ ନିଜ ମୁହଁକୁ ଲୁଚାଇଥିବାର ନଜର ଆସୁଛନ୍ତି । ତେବେ ଏହାର କାରଣ କଣ ହୋଇପାରେ, ସତରେ କଣ କଙ୍ଗନା ମେଣ୍ଟାଲ ହୋଇଗଲେ । ଆସନ୍ତୁ ଜାଣିବା ଏ ସଂପର୍କରେ..
ଗତକାଲି ଥିଲା ବିଶ୍ୱ ପରିବେଶ ଦିବସ । ଏହି ଦିବସ ଅବସରରେ କଙ୍ଗନାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କଙ୍ଗନା ମୁହଁରେ ପଲିଥିନ ବ୍ୟାଗ ପିନ୍ଧି ଲୋକଙ୍କୁ କିଛି ଟିପଣୀ ଦେଉଛନ୍ତି । ସେ କହୁଛନ୍ତି କି ୧୦ ସେକେଣ୍ଡ ପର୍ଯ୍ୟନ୍ତ ମୁହଁକୁ ପଲିଥିନ ରେ ଘୋଡାଇ ରଖନ୍ତୁ, ଆପଣ ନିଜେ ଜାଣିପାରିବେ ଏହାଦ୍ୱାରା କେଉଁ ପ୍ରକାର ଅସୁବିଧା ହେଉଛି ।
ସେ ଆହୁରି ମଧ୍ୟ କହିଥିଲେ, ଯଦି ଆମେ ଏହିଭଳି ପ୍ଲାଷ୍ଟିକର ବ୍ୟବହାର କରିବା, ତେବେ ଏକ ସମୟ ଆସିବ ସେତେବେଳେ ସମୁଦ୍ରରେ ମାଛ ଠାରୁ ପ୍ଲାଷ୍ଟିକ ଅଧିକ ମାତ୍ରାରେ ଦେଖାଯିବ । ଏବଂ ଏହାପରେ କଙ୍ଗନା ଲୋକଙ୍କୁ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର ନକରିବା ପାଇଁ ଅନୁରୋଧ କରିଥିଲେ ।