ମୁମ୍ବାଇ (ଏଟିଆର ବ୍ୟୁରୋ):ଚଳିତବର୍ଷ କାନ୍ସ ଫିଲ୍ମ ଫେଷ୍ଟିୱାଲ ପାଇଁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ପହଁଚି ସାରିଛନ୍ତି । ଏହି ଫେଷ୍ଟିୱାଲକୁ ନେଇ କଳାକାର ମାନଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥାଏ । ଗତବର୍ଷ ଏହି ଫେଷ୍ଟିୱାଲରେ ବଲିଉଡର ଅନେକ କଳାକାର ମାନେ ପହଁଚି ଭାରତର ନାଁ ଉଜ୍ଜ୍ୱଳ କରିଥିଲେ ।
ସୂଚନାଅନୁଯାୟୀ,୭୧ତମ କାନ୍ସ ଫେଷ୍ଟିୱାଲ ର ଆୟୋଜନ ୮ ମେ’ ରୁ ୧୯ ମେ’ ପର୍ଯ୍ୟନ୍ତ କରାଯାଇଛି ।ଏହାର ଉଦଘାଟନ ଉତ୍ସବରେ କଙ୍ଗନା ସାମିଲ ହେବା ପରେ ସେ ବଲିଉଡ ଫିଲ୍ମକୁ ନେଇ,ପ୍ରଶନ୍ନ ଯୋଶୀଙ୍କ ସହ ବର୍ତ୍ତାଳପ କରୁଥିବାର ନଜର ଆସିଛନ୍ତି ।
କଙ୍ଗନାଙ୍କୁ ଏହି ଫେଷ୍ଟିୱାଲରେ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇଛନ୍ତି ଦର୍ଶକ । ସେ ଏକ କଳା ରଙ୍ଗର ଶାଢୀ ପିନ୍ଧିବା ସହ ସଂପୂର୍ଣ୍ଣ ରେଟ୍ରୋ ଲୁକରେ ନଜର ଆସିଛନ୍ତି । ତାଙ୍କର ଏହି ଶାଢୀ ଡିଜାଇନ କରିଛନ୍ତି ଫ୍ୟାଶନ ଡିଜାଇନର ସବ୍ୟସାଚୀ ବୋଲି ଜଣା ପଡିଛି । ସେ ଏହି ଲୁକରେ ବହୁତ ସୁନ୍ଦର ଦିଶୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଲୁକ ପାଇଁ ଖୁବ୍ ଚର୍ଚ୍ଚା ଚାଲିଛି ।
କଙ୍ଗନାଙ୍କ ବ୍ୟତୀତ ଏହି ଉତ୍ସବରେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ, ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକୋନ ଏବଂ ସୋନମ କପୁର ଆଦି ତାଙ୍କର ଜଲୱା ଦେଖାଇବେ ।