ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଟେଲିଭିଜନ ଇଣ୍ଡଷ୍ଟ୍ରୀର ରୋମାଣ୍ଟିକ କପଲ କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶ । ଏକ ଇଣ୍ଟରଭ୍ୟୁରେ କରଣ ତାଙ୍କର ଏବଂ ତେଜସ୍ୱୀଙ୍କ ବିବାହକୁ ନେଇ ଖୁଲାସା କରିଛନ୍ତି । ଏହାକୁ ଶୁଣିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢି ଯାଇଛି । ନୂତନ ଟିଭି ଶୋ ଇଶକ ମେ ଘାୟଲ ର ପ୍ରମୋଶନ ଜରିଆରେ କରଣ କୁନ୍ଦ୍ରା ତେଜସ୍ୱୀଙ୍କ ସହ ତାଙ୍କ ୱେଡିଙ୍ଗ ପ୍ଲାନ୍ ସେୟାର କରିଛନ୍ତି ।
ଇଣ୍ଟରଭ୍ୟୁରେ କରଣ କହିଛନ୍ତି କି, ମୁଁ ତ ଆଗାମୀ ମାସରେ ବିବାହ ପାଇଁ ପ୍ରସ୍ତୁତ । ବିଗ୍ ବସ ପରେ ଆମ ପରିବାର ଲୋକ ବି ରାଜି ଥିଲେ କିନ୍ତୁ ଆମ କାମ ପାଇଁ କମିଟମେଣ୍ଟକୁ ନେଇ ବିଳମ୍ବ ହେଉଛି ।
ସେ ଆହୁରି ମଧ୍ୟ କହିଛନ୍ତି କି, ବିବାହକୁ ନେଇ କରାଯାଉଥିବା ପ୍ରଶ୍ନରେ ମୁଁ ଟିକେ ବିରକ୍ତ ହୋଇଯାଏ କିନ୍ତୁ ସତ ହେଉଛି ଲୋକେ ଆମକୁ ଏକାଠି ଦେଖିବାକୁ ଚାହାନ୍ତି । ଲୋକେ ଆମ ପ୍ରେମକୁ ଆଗକୁ ବଢିବାର ଦେଖିବାକୁ ଚାହାନ୍ତି । ଏହା ଏକ ସୁନ୍ଦର ଅନୁଭୂତି ।
କରଣ ଏବଂ ତେଜସ୍ୱୀ ସର୍ବଦା ରୋମାଣ୍ଟିକ ଡେଟ୍ ରେ ଯାଉଥିବାର ସ୍ପଟ ହୁଅନ୍ତି । ସୋସିଆଲ ମିଡିଆରେ ମଧ୍ୟ ରୋମାଣ୍ଟିକ ଫଟୋ ସେୟାର କରନ୍ତି ।