ମୁମ୍ବାଇ (ଏଟିଆର ବ୍ୟୁରୋ): ନବେ ଦଶକର ଚର୍ଚ୍ଚିତ ଅଭିନେତ୍ରୀ କରିଶ୍ମା କପୁର ଦୀର୍ଘ ଦିନ ହେବ ଫିଲ୍ମ ଜଗତର ରଙ୍ଗୀନ ପରଦାରୁ ଦୁରେଇ ଅଛନ୍ତି । କିନ୍ତୁ ବଲିଉଡର ଏହି ସଫଳ ଅଭିନେତ୍ରୀ ସର୍ବଦା କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ କରିଶ୍ମା ତାଙ୍କର ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ।
ଆଜ୍ଞା ହଁ ବର୍ତ୍ତମାନ କରିଶ୍ମାଙ୍କ ଚର୍ଚ୍ଚାର କାରଣ ହେଉଛି ତାଙ୍କର ଦ୍ୱିତୀୟ ବିବାହ । ଆପଣମାନେ ମଧ୍ୟ ଜାଣିବା ପାଇଁ ଉତ୍ସାହ ଥିବେ କି ଏଥରକ କରିଶ୍ମା କାହାକୁ ବିବାହ କରୁଛନ୍ତି । ଏବେ ଏଭଳି ଖବର ଶୁଣିବାକୁ ମିଳୁଛି କି କରିଶ୍ମାଙ୍କ ଜୀବନରେ ଏକ ନୂଆ ସଦସ୍ୟ ଆସି ସାରିଲେଣି । ଯିଏ ତାଙ୍କୁ ସାରା ଜୀବନ ରଖିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ଆଉ କେହି ନୁହଁନ୍ତି କରିଶ୍ମାଙ୍କ ଏକ୍ସ ବୟଫ୍ରେଣ୍ଡ ସନ୍ଦୀପ ତୋସନିୱାଲ । ଆପଣଙ୍କୁ ଏହି କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ । ସଞ୍ଜୟଙ୍କ ସହ ଛାଡପତ୍ର ହେବା ପରେ ବିଜ୍ନେସମ୍ୟାନ ସନ୍ଦୀପଙ୍କ ସହିତ କରିଶ୍ମାଙ୍କ ଘନିଷ୍ଠତା ବଢି ଯାଇଥିଲା ।
କରିଶ୍ମା ଏବେ ସନ୍ଦୀପ ତୋସନିୱାଲଙ୍କ ସହ ଡେଟ କରୁଛନ୍ତି । ବହୁତ ଶୀଘ୍ର ଦୁହେଁ ବିବାହ ବନ୍ଧରେ ଆବଦ୍ଧ ହେବେ ବୋଲି ଶୁଣିବାକୁ ମିଳୁଛି । ସନ୍ଦୀପଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ ,ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ସାରିଛନ୍ତି ।
ସୂଚନା ଅନୁଯାୟୀ କରିଶ୍ମା ୨୦୦୩ରେ ବିବାହ କରିଥିଲେ, ତାଙ୍କର ଏହି ବୈବାହିକ ସଂପର୍କ ବେଶୀ ଦିନ ପର୍ଯ୍ୟନ୍ତ ରହି ପାରି ନଥିଲା । ବିବାହର କିଛି ଦିନ ପରେ ତାଙ୍କର ଛାଡପତ୍ର ହୋଇ ଯାଇଥିଲା ।