ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏବଂ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଫ୍ୟାନ୍ସଙ୍କୁ ଝଟକା । ଶୁଣିବାକୁ ମିଳୁଛି କି ସାରା ଏବଂ କାର୍ତ୍ତିକଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଛି । ଦୁହେଁ ଦୁହିଁଙ୍କ ଆପୋଷ ସହମତି ରେ ଅଲଗା ହେବାର ନିଷ୍ପତି ନେଇଛନ୍ତି । କୌଣସି ବ୍ୟକ୍ତିଗତ କାରଣ ଯୋଗୁଁ ଦୁହେଁ ଅଲଗା ହୋଇ ନାହାଁନ୍ତି ବରଂ କାମ ପାଇଁ ଅଲଗା ହୋଇଛନ୍ତି ।
ଖବରମୁତାବକ,କାର୍ତ୍ତିକ ଏବଂ ସାରା ନିଜ ନିଜର କାମରେ ଏତେ ବ୍ୟସ୍ତ ଯେ ଦୁହେଁ ଦୁହିଁଙ୍କୁ ସମୟ ଦେଇପାରୁ ନାହାଁନ୍ତି । ଦୁହିଁଙ୍କ ବିଜି ସିଡ୍ୟୁଲ ସେମାନଙ୍କ ଲଭ ଲାଇଫରେ ପ୍ରଭାବ ପକାଇଛି ।
ଇମତିଆଜ୍ ଅଲ୍ଲୀଙ୍କ ଫିଲ୍ମ ର ସୁଟିଂ ଜରିଆରେ କାର୍ତ୍ତିକ ଏବଂ ସାରାଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ଏହାପରେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢିବା ସହ ଅନେକ ସମୟରେ ଦୁହେଁ ଏକାଠି ଦେଖିବାକୁ ମିଳିଥାଏ । ଦୀର୍ଘ ଦିନ ପକର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିଲେ, କିନ୍ତୁ ଏବେ ଦୁହିଁଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଛି ।
ସାରା ଏବଂ କାର୍ତ୍ତି ଅଲଗା କାରଣ ହେଉଛି ସେମାନଙ୍କର କାମ । ଦୁହେଁ କାମରେ ଏତେ ବ୍ୟସ୍ତ ଯେ ଦୁହେଁ ଦୁହିଁଙ୍କୁ ଦେଖା ବି ହୋଇ ପାରୁନାହାନ୍ତି । କାରଣ କାର୍ତ୍ତିକ ଏବେ ତାଙ୍କ ଅପକମିଂ ଫିଲ୍ମ ଭୁଲ୍ ଭୁଲୈୟା ୨ ର ସୁଟିଂରେ ପୂରା ବ୍ୟସ୍ତ ଥିବା ବେଳେ ସାରା ଅଲ୍ଲୀ ଖାନ୍ କୁଲି ନଂ ୧ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି ।