(ଏଟିଆର ବ୍ୟୁରୋ): ଫିଲ୍ମ କେଜିଏଫ ଚ୍ୟାପ୍ଟର ୨ ର ରିଲିଜ୍ ପୂର୍ବରୁ ର ନିର୍ମାତା ଏକ ବଡ ଘୋଷଣା କରିଛନ୍ତି । ଯାହାକୁ ଶୁଣିଲା ପରେ ଦର୍ଶକ ଖୁସିରେ ଝୁମି ଯାଇଛନ୍ତି । ବାସ୍ତବରେ କନ୍ନଡ ସିନେମାର ସବୁଠାରୁ ହିଟ୍ ଫିଲ୍ମ ‘କେଜିଏଫ ଚ୍ୟାପ୍ଟର-୧’ ପୁଣି ଥରେ ପରଦାରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟି ଏପ୍ରିଲ ୮ ରେ ସମସ୍ତ ଭାରତୀୟ ଭାଷାରେ ପ୍ରେକ୍ଷାଳୟରେ ରିଲିଜ୍ ହେବ । କିନ୍ତୁ ବଡ କଥା ହେଉଛି ସାଧାରଣ ଦିନ ତୁଳନାରେ ଏହି ଫିଲ୍ମର ଟିକେଟ ର ଦାମ୍ କମ ରହିବ ।
ସୂଚନାଯୋଗ୍ୟ, ୨୦୧୮ ମସିହାରେ ସାରା ଦେଶରେ କେଜିଏଫ ଚ୍ୟାପ୍ଟର ୧ ରିଲିଜ୍ ହୋଇଥିଲା । ମୁକ୍ତିଲାଭ ହେବା ମାତ୍ରେ ହିଁ ଫିଲ୍ମଟି ଖୁବ୍ ଧୁମ୍ ମଚାଇଥିଲା । ଫିଲ୍ମରେ ୟଶଙ୍କ ଭୂମିକାରେ ରକି ଭାଇଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଫିଲ୍ମର ଗୋଟି ଗୋଟି ସିନ୍ ପସନ୍ଦ କରିଥିଲେ ଦର୍ଶକ ଏବଂ ଏହାର ଡାଇଲଗ୍ ର ଦିୱାନା ମଧ୍ୟ ହୋଇଥିଲେ ଦର୍ଶକ । କେଜିଏଫ ଚ୍ୟାପ୍ଟର ୧ ର ଶେଷରେ ଚ୍ୟାପ୍ଟର ୨ ଆସିବା ନେଇ ଘୋଷଣା କରାଯାଇଥିଲା । ସେହିଅନୁଯାୟୀ ଏବେ ଚ୍ୟାପ୍ଟର ୨ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତୁତ ।
ନିକଟରେ ଶୁଣିବାକୁ ମିଳିଥିଲା କି ,ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ ଦ୍ୱାରା କେଜିଏଫ ଚ୍ୟାପ୍ଟର ୨ କୁ ୟୁ/ଏ ସାର୍ଟିଫିକେଟ ମିଳିଯାଇଛି । ଏବେ ଫିଲ୍ମର ରନଟାଇମ ୨ ଘଣ୍ଟା ୪୮ ମିନିଟ ହୋଇଯାଇଛି ।