ମୁମ୍ବାଇ (ଏଟିଆର ବ୍ୟୁରୋ): ଟେଲିଭିଜର ପପୁଲାର ସୋ’ ‘କୁମକୁମ ଭାଗ୍ୟ’ ରେ ଇନ୍ଦୁ ଦାଦି ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଜରୀନା ରୋଶନ ଖାଁଙ୍କ ନିଧନ ହୋଇଛି । ହୃଦଘାତ ହେବା ଯୋଗୁଁ ୫୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁକୁ ନେଇ କୋ-ଷ୍ଟାର ଶବିର ଆଲୁୱାଲିୟା ଏବଂ ଶ୍ରୁତି ଝା ଟ୍ୱିଟ କରି ଦୁଃଖ ବ୍ୟକ୍ତ କରିଛନ୍ତି ।
ଶ୍ରୁତ ଝା ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଜରୀନା ଖାଁଙ୍କ ସହିତ ଥିବା ଏକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଜରୀନ ଖାଁଙ୍କୁ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହାସହିତ ଶ୍ରୁତି ଏକ ବ୍ରୋକେନ ହାର୍ଟ କ୍ୟାପସନ ଦେଇଛନ୍ତି ।
ସେହିପରି , କୁମକୁମ ଭାଗ୍ୟର ମୁଖ୍ୟ ଅଭିନେତା ଶବିର ଆଲୁୱାଲିୟା ଜରୀନା ଖାଁଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି କି , ୟେ ଚାନ୍ଦ-ସା ରୋଶନ ଚେହେରା । ଏହାସହିତ ସେ ଏକ ଭଙ୍ଗା ହାର୍ଟକୁ ଆଡ କରିଛନ୍ତି । ଅନ୍ୟପଟେ ଶବିର ଏବଂ ଶ୍ରୁତିଙ୍କ ବ୍ୟତିତ ଅନ୍ୟ କଳାକାର ମାନେ ମଧ୍ୟ ଜରୀନଙ୍କ ନିଧନରେ ଦୁଃଖ ବ୍ୟକ୍ତ କରିଛନ୍ତି ।