ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ବକ୍ସ ଅଫିସରେ ଆସନ୍ତା ୧୧ ତାରିଖରେ ମୁହାଁମୁହିଁ ହେବେ ଅମୀର ଖାଁ ଏବଂ ଅକ୍ଷୟ କୁମାର । ଅମୀର ଖାଁଙ୍କ ଲାଲ ସିଂହ ଚଡ୍ଢା ଏବଂ ଅକ୍ଷୟ କୁମାରଙ୍କ ରକ୍ଷାବନ୍ଧନ ଏବେ ରିଲିଜ୍ ଅପେକ୍ଷାରେ । ରିଲିଜ୍ ହେବା ପୂର୍ବରୁ ସୋସିଆଲ ମିଡିଆରେ ଦୁଇ ଫିଲ୍ମ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । କିଛି ୟୁଜର୍ସ ଦୁଇଟି ଯାକ ଫିଲ୍ମ ସମର୍ଥନରେ ବାହାରୁଥିବା ବେଳେ ଆଉ କିଛି ୟୁଜର୍ସ ଅକ୍ଷୟ ଏବଂ ଅମୀରଙ୍କ ବୟାନ ପାଇଁ ଉଭୟ ଫିଲ୍ମକୁ ବୟକଟ୍ କରିବାକୁ ଦାବି କରିଛନ୍ତି ।
ଏହି ମୁକାବିଲାରେ କିଏ ଯିବ ଆଗକୁ । କିଏ ମାରିବ ବାଜି ଏବଂ କିଏ ହାରିବ । ଏବେ ସମସ୍ତଙ୍କ ନଜର ଫିଲ୍ମ ରିଲିଜ୍ ଉପରେ ରହିଛି ।