ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଳିତ ମୋଦି ଓ ସୁଷ୍ମିତା ସେନଙ୍କ ସମ୍ପର୍କକୁ ନେଇ ଲଗାତର ଭାବେ ଚର୍ଚ୍ଚା ଜାରି ରହିଛି । ଦୁହିଁଙ୍କୁ ଚାରିଆଡୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ଲୋକେ । ଏହାରି ମଧ୍ୟରେ ଏକ ପୋଷ୍ଟ ଜରିଆରେ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି ନିଜେ ଲଳିତ ମୋଦି ।
ନିକଟରେ ଲଳିତ ମୋଦି ତାଙ୍କ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଏକ କାର୍ଟୁନ ପିକ୍ଚର ପୋଷ୍ଟ କରିଛନ୍ତି । ଯେଉଁଥିରେ ଚାରୋଟି ଅଲଗା ଅଲଗା ଖବର ରହିଛି । ସେଥିରୁ ଗୋଟେ ଖବର ଲଳିତ ଏବଂ ସୁଷ୍ମିତାଙ୍କ ଡେଟିଂ ଖବର ରହିଛି । ଏହି ପୋଷ୍ଟରୁ ଆପଣ ଦେଖିପାରିବେ କି କିଭଳି ଲୋକେ ଦେଶର ବଡ ସମସ୍ୟାକୁ ଅଣଦେଖା କରି କେବଳ ଏହି ସମ୍ପର୍କ ଉପରେ ନଜର ପକାଉଛନ୍ତି । ଯାହାଫଳରେ ଏହି ପୋଷ୍ଟ ମାଧ୍ୟମରେ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି ଲଳିତ ।