ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ୱର କୋକିଳା ଲତା ମଙ୍ଗେସକରଙ୍କର ରବିବାର ଦିନ ଅଚାନକ୍ ଦେହ ଅସୁସ୍ଥ ହୋଇପଡିଥିଲା । ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ହେବାରୁ ବିଳମ୍ବିତ ରାତ୍ରିରେ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଏବେ ଲତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ସେ ତାଙ୍କ ଘରକୁ ଫେରି ଯାଇଛନ୍ତି ।
Team of Lata Mangeshkar: Lata Mangeshkar had chest infection so she was taken to Breach Candy Hospital, Mumbai today. She is now back at her home and is recovering. (file pic) pic.twitter.com/pYzmZHkthz
— ANI (@ANI) November 11, 2019
ଖବରମୁତାବକ, ହସ୍ପିଟାଲରେ ସିନିୟର ମେଡିକାଲ ଆଡଭାଇଜର ଡାଃ. ଫାରୁକ ଇ ଉଦବାଡିୟା ଦ୍ୱାରା ଲତାଙ୍କ ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ଲତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ।
ଅପରପକ୍ଷେ ରବିବାର ଲତା ତାଙ୍କ ସୋସିଆଲ ମିଡିଆରେ ଫିଲ୍ମ ପାନିପତ୍ ର ପଦ୍ମିନୀ କୋହ୍ଲାପୁରୀଙ୍କ ଲୁକ୍ସ ସେୟାର କରି ତାଙ୍କୁ ଭଲ କଳାକାର ବୋଲି କହିଥିଲେ । ସେ ତାଙ୍କ ପୋଷ୍ଟରେ ଲେଖିଥିଲେ କି, ନମସ୍କାର, ମୋ ଭାଣେଜି ପଦ୍ମିନୀ କୋହ୍ଲାପୁରୀ ଜଣେ ବହୁତ ଭଲ କଳାକାର । ଏବେ ସେ ପାନିପତ ଫିଲ୍ମରେ ଗୋପିକା ବାଇ ଚରିତ୍ରରେ ଅଭିନୟ କରୁଛନ୍ତି ।