ମୁମ୍ବାଇ (ଏଟିଆର ବ୍ୟୁରୋ): ସବୁବେଳେ ନିଜର ବୋଲ୍ଡ ଫଟୋ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ଲିସା ହେଡନ ପୁଣି ଥରେ ଏକ ଫଟୋସୁଟ୍ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏଥରକ ସେ ତାଙ୍କର ପୁଅ ଜ୍ୟାକ କୁ ଧରି ବିକିନି ପିନ୍ଧି ପାଣି ଭିତରେ ଫଟୋସୁଟ୍ କରିଛନ୍ତି । ଏହି ଫଟୋକୁ ସେ ତାଙ୍କର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । କିନ୍ତୁ ତାଙ୍କର ଏହି ଫଟୋ ୟୁଜର୍ସମାନେ ପସନ୍ଦ କରିନାହାନ୍ତି । ଯେଉଁଥିପାଇଁ ତାଙ୍କୁ ଟ୍ରୋଲ ର ଶିକାର ହେବାକୁ ପଡିଛି ।
କଥା କ’ଣ କି, ଲିସା ଏହି ଫଟୋରେ ତାଙ୍କର ଏକ ବର୍ଷର ପୁଅ ସହିତ ପାଣି ଭିତରେ ମସ୍ତି କରୁଥିବାର ନଜର ଆସିଛନ୍ତି । ଏହି ଫଟୋକୁ ଦେଖିଲା ପରେ କିଛି ୟୁଜର୍ସ ତାଙ୍କୁ ସମାଲୋଚନା କରିଛନ୍ତି । ସେମାନଙ୍କ କହିବାନୁଯାୟୀ, ଫଟୋସୁଟ୍ କରିବା ଚକ୍କରରେ ସେ ନିଜ ପିଲାର ଜୀବନ ଉପରେ ବାଜି ଲାଗାଇଛନ୍ତି ।
ହୁଏତ ଲିସା ଏହି ଫଟୋ ସହିତ ସୂଚନା ଦେଇଛନ୍ତି କି ସୁଇମିଂ କ୍ଲାସ ଜରିଆରେ ଏହି ଫଟୋସୁଟ୍ ହୋଇଛି । ଏବଂ ଅନେକ ମା’ମାନେ ମଧ୍ୟ ତାଙ୍କ ପିଲାଙ୍କ ସହିତ ଏଭଳି ଫଟୋସୁଟ୍ କରାଇଛନ୍ତି । ସେଠାରେ କିଛି ୟୁଜର୍ସ କହିଛନ୍ତି ଯେ ଛୋଟପିଲାମାନେ ଏହି ପରିସ୍ଥିତିରେ ନିଜକୁ ଭଲ ଭାବରେ ସନ୍ତୁଳିତ କରିଥାନ୍ତି । ଏବଂ ଏକ ୟୁଜର୍ସ ଲେଖିଛନ୍ତି, ‘ଜଣେ ମା’ ଓ ମହିଳା ରୂପରେ ପ୍ରେରଣା’, ଅନ୍ୟ ଏକ ୟୁଜର୍ସ କମେଂଟ କରିଛନ୍ତି କି, ‘ମୁଁ ବି ମୋ ପିଲା ସହ ଏଭଳି ଫଟୋସୁଟ୍ କରିବାକୁ ଚାହୁଁଛି’ ।
ସୂଚନାନୁଯାୟୀ, ଲିସା ତାଙ୍କ ବନ୍ଧୁ ଡିନୋ ଲାଲୱାନିଙ୍କୁ ବିବାହ କରିଛନ୍ତି ।୨୦୧୦ ରେ ସେ ସୋନମ କପୁରଙ୍କ ଫିଲ୍ମ ‘ଆୟଶା’ରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହା ବ୍ୟତୀତ ସେ ଫିଲ୍ମ ‘କୁଇନ୍’, ‘ଶୌକିନ୍ସ’, ଏବଂ ‘ୟେ ଦିଲ୍ ୟେ ମୁସିକିଲ୍’ରେ ନଜର ଆସି ସାରିଛନ୍ତି ।