ମୁମ୍ବାଇ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ଲଢିବା ପାଇଁ ମନାକଲେ ବଲିଉଡି ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ । ନିକଟରେ ଶୁଣିବାକୁ ମିଳୁଥିଲା କି ବିଜେପି ଦଳ ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ମାଧୁରୀ ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି, କିନ୍ତୁ ମାଧୁରୀ ନିଜେ ସ୍ପଷ୍ଟ କରିଛନ୍ତି କି ସେ କୌଣସି ବି ରାଜନୈତିକ ଦଳରେ ନାହାନ୍ତି ।
ଏକ ମିଡିଆକୁ ସାକ୍ଷାତ କରି ମାଧୁରୀ କହିଛନ୍ତି କି, ଏହା କେବଳ ମିଛ ଖବର ଥିଲା । ମୁଁ କୌଣସି ରାଜନୈତିକ ଦଳ ପାଇଁ ନିର୍ବାଚନ ଲଢୁ ନାହିଁ । ମୁଁ ଏହି ମାମଲାରେ ପ୍ରଥମରୁ ହିଁ ସ୍ପଟ କରାଇଥିଲି ।
ସେ ଆହୁରୀ ମଧ୍ୟ କହିଛନ୍ତି କି , ମୋତେ ଲାଗୁଛି କି ଅଭିନୟ କ୍ଷେତ୍ରରୁ ଆମେ ତିନି ଜଣ ଅଛୁ ଯାହାଙ୍କ ନାଁରେ ମିଛ ଖବର ପ୍ରସାରେ କରାଯାଇଥିଲା । ମୁଁ ଏହି ପ୍ରସଙ୍ଗକୁ ନେଇ ପ୍ରଥମରୁ ହିଁ ମୋ ବିଚାର ସ୍ପଷ୍ଟ କରିଦେଇଥିଲି ।
ମାଧୁରୀ ଏବେ ତାଙ୍କର ଆଗାମୀ ମରାଠୀ ଫିଲ୍ମ ’୧୫ ଅଗଷ୍ଟ’ର ପ୍ରମୋଟ କରିବାରେ ବ୍ୟସ୍ତ ଅଛନ୍ତି । ଯାହା ମାର୍ଚ୍ଚ ୨୯ ରେ ନେଟଫ୍ଲିକ୍ସରେ ରିଲିଜ୍ ହେବ ।