ମୁମ୍ବାଇ (ଏଟିଆର ବ୍ୟୁରୋ): ନିଜର ହସରେ ଲୋକମାନଙ୍କୁ ଦିୱାନା କରିଥିବା ଦିଗଜ୍ ଅଭିନେତ୍ରୀ ହେଉଛନ୍ତି ମାଧୁରୀ ଦିକ୍ଷୀତ୍ । ସେ ଆଜି ତାଙ୍କର ୫୧ତମ ଜନ୍ମ ଦିବସ ପାଳନ କରୁଛନ୍ତି । ମାଧୁରୀଙ୍କ ଜନ୍ମ ୧୫ ମେ’ ୧୯୬୭ ମୁମ୍ବାଇର ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା । ସେ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ ୧୭ ବର୍ଷ ବୟସରୁ କରିଥିଲେ । ଏବଂ ଆଜି ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ ହୋଇ ଯାଇଛି । ସେ ତାଙ୍କର ଅଭିନୟ ସହିତ ନୃତ୍ୟରେ ମଧ୍ୟ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଇଣ୍ଡଷ୍ଟ୍ରିରେ ତାଙ୍କର ଅନେକ ଦିୱାନା ଅଛନ୍ତି । ଏବଂ ସବୁବେଳେ ତାଙ୍କ ନାଁ ସଞ୍ଜୟ ଦତ୍ତ ଏବଂ ଅନିଲ କପୁରଙ୍କ ସହିତ ଯୋଡା ହେଉଥିବାର ଶୁଣିବାକୁ ମିଳିଥାଏ । ମାତ୍ର ମାଧୁରୀଙ୍କ ମନ ଆଉ ଜଣଙ୍କ ପାଖରେ ଥିଲା,ସେ ହେଉଛନ୍ତି ଭାରତୀୟ କ୍ରିକେଟର ଅଜୟ ଜାଡେଜା, କିନ୍ତୁ ପ୍ରେମ ଆଗକୁ ବଢ଼ି ପାରନଥିଲା ।
ପ୍ରକୃତରେ, ଏକ ମ୍ୟାଗାଜିନର ସୁଟିଂରେ ଦୁଇ ଜଣଙ୍କର ଦେଖା ହୋଇଥିଲା । ଏବଂ ଧୀରେ ଧୀରେ ଘନିଷ୍ଟତା ବଢିବାରେ ଲାଗିଲା । ମାଧୁରୀଙ୍କ ସହ ଜାଡେଜାଙ୍କ ନାଁ ଯୋଡି ହେବା ପରେ ଜାଡେଜା ଫିଲ୍ମରେ ଅଭିନୟ କରିବେ ବୋଲି ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା ହେଉଥିଲା । ଏବଂ ମାଧୁରୀ ମଧ୍ୟ ଫିଲ୍ମ ପ୍ରଯୋଜକଙ୍କ ସହ ଜାଡେଜାଙ୍କ ପାଇଁ କଥା ହୋଇଥିଲେ । କିନ୍ତୁ ଜାଡେଜାଙ୍କ ପରିବାର ଲୋକ ଏହି ଦୁଇଜଣଙ୍କ ସଂପର୍କରେ ଖୁସି ନଥିଲେ । କାରଣ ଜାଡେଜା ଜଣେ ସମ୍ଭ୍ରାନ୍ତ ପରିବାରର ହୋଇଥିଲା ବେଳେ ମାଧୁରୀ ଏକ ମଧ୍ୟବିତ୍ତ ଶ୍ରେଣୀର ।
ସୂଚନାଅନୁଯାୟୀ, ମାଧୁୀର,ରୋହିତ ସେଠୀଙ୍କ ଆଗାମୀ ପିଲ୍ମ ‘ଟୋଟାଲ ଧମାଲ’ରେ ଅନିଲ କପୁରଙ୍କ ସହ ନଜର ଆସିବେ ।