ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଟିକି ଛୁଆ ବୋଲି କହି ତାଙ୍କ ବିରୋଧରେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଲେ ନିର୍ଦ୍ଦେଶକ ମହେଶ ଭଟ୍ଟ । ସେ କହିଛନ୍ତି କି କଙ୍ଗନା ଜଣେ ଅଭିନେତ୍ରୀ ହିସାବରେ ବଲିଉଡର ଶୁଭାରମ୍ଭ ତାଙ୍କ ପ୍ରଡକ୍ସନ କମ୍ପାନୀ ବିଶେଷ ରୁ କରିଥିଲେ । ସେଥିପାଇଁ ସେ ତାଙ୍କ ବିରୋଧରେ କୌଣସି ଟିପ୍ପଣୀ କରିବେ ନାହିଁ ।
ନିକଟରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ସୋସିଆଲ ମିଡିଆ ଜରିଆରେ ଭଟ୍ଟଙ୍କ ଉପରେ ଏକ ଟିପ୍ପଣୀ କରିଥିଲେ । ଏଥରକ ଯେତେବେଳେ ଭଟ୍ଟଙ୍କୁ ସାମ୍ବାଦିକମାନେ ପଚାରିଥିଲେ ସେ କହିଛନ୍ତି କି, କଙ୍ଗନା ଗୋଟେ ଛୋଟ ଛୁଆ, ଯିଏ ଆମ ସହିତ ବଲିଉଡର ଶୁଭାରମ୍ଭ କରିଥିଲେ । ସେଥିପାଇଁ ତାଙ୍କ ସମ୍ପର୍କୀୟ ଭଉଣୀ ମୋ ଉପରେ ଟିପ୍ପଣୀ କରିଥିଲେ, କିନ୍ତୁ ମୁଁ କଙ୍ଗନାଙ୍କ ଉପରେ କୌଣସି ଟିପ୍ପଣୀ କରିବି ନାହିଁ ।
ସେ ଆହୁରୀ ମଧ୍ୟ କହିଛନ୍ତି କି , ଛୋଟ ଛୁଆଙ୍କ ଉପରେ ଅଙ୍ଗୁଳି ଉଠାଇବା ପାଇଁ ଆମ ପରିବାର ଏବଂ ସଂସ୍କାର ଆମକୁ ଶିକ୍ଷା ଦେଇନାହିଁ । ସେଥିପାଇଁ ଆମ ଛୁଆଙ୍କ ବିରୋଧରେ କିଛି ବି କହିବା ସହଜ ନୁହେଁ । ଏହାକୁ କରିବାକୁ ମୋ ସଂସ୍କାର ରୋକି ଥାଏ ।
ରିପୋର୍ଟ ମୁତାବକ ଗତ ମାସରେ ମହେଶ ଭଟ୍ଟ ଏବଂ ତାଙ୍କ ପତ୍ନୀଙ୍କ ଉପରେ କଙ୍ଗନାଙ୍କ ସମ୍ପର୍କୀୟ ଭଉଣୀ ରଙ୍ଗୋଲି କଡା ଟିପ୍ପଣୀ କରିଥିଲେ ।