ମୁମ୍ବାଇ(ଏଟିଆର ବ୍ୟୁରୋ): ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ବଲିଉଡର ଅନେକ ରହସ୍ୟ ସା୍ନାକୁ ଆସିଛି । ରାଜପୁତଙ୍କ ମୃତ୍ୟୁ ପାଇଁ ନେପୋଟିଜିମ୍କୁ ଦାୟୀ କରି କରଣ ଜୋହର ଓ ଷ୍ଟାରକିଡ୍ସଙ୍କ ଉପରେ ଦର୍ଶକ ତାଙ୍କ ରାଗ ଜାହିର କରିଥିଲେ । ଏପରିକି ପ୍ରଯୋଜକ ମହେଶ ଭଟ୍ଟଙ୍କୁ ବଲିଉଡର ଖଳନାୟକ ବି ଲୋକେ କହିଲେ। ମହେଶ ଭଟ୍ଟଙ୍କୁ ଏଥିରେ କିଛି ଫରକ ପଡ଼ିନଥିଲା। କିନ୍ତୁ ସତ କେବେ ଲୁଚି ରହେନା। କାରଣ ମହେଶ ଭଟ୍ଟଙ୍କ ଭାଣିଜୀ ବୋହୂ ତଥା ଅଭିନେତ୍ରୀ ଲୁବୀନା ଲୋଧ ପ୍ରଯୋଜକଙ୍କ ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ତାଙ୍କୁ ଭଟ୍ଟ ପରିବାର ନିର୍ୟାତନା ଦେଉଥିବା ସହ ମହେଶ ଭଟ୍ଟ ବଲିଉଡର ଡନ୍ ବୋଲି ନିଜ ଇନ୍ଷ୍ଟାଗ୍ରାମରେ ଭିଡିଓ ସେୟାର କରି କହିଛନ୍ତି ଲୁବୀନା।ଲୁବୀନା ମହେଶ ଭଟ୍ଟଙ୍କ ଭଣଜା ସୁମିତ ସମରୱାଲଙ୍କୁ ବିବାହ କରିଛନ୍ତି। କିନ୍ତୁ ସୁମିତ ବଲିଉଡ ଅଭିନେତ୍ରୀଙ୍କୁ ଡ୍ରଗ୍ସ ପଠାଉଥିବା ଜଣାପଡ଼ିବା ପରେ ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା କହିଛନ୍ତି ଲୁବୀନା। ଏହାସହ ସୁମିତ ଅଲଗା ଝିଅଙ୍କ ଫଟୋ ନିଜ ଫୋନରେ ରଖିବା ସହ ନିର୍ଦେଶକମାନଙ୍କୁ ଦେଖାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଏନେଇ ମହେଶ ଭଟ୍ଟ ସବୁ ଜାଣିଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ଡନ୍ ହେଉଛନ୍ତି ମହେଶ ଭଟ୍ଟ। ତାଙ୍କ ନିୟମ ଅନୁସାରେ ନଚାଲିଲେ ଜୀବନ ନର୍କ କରିଦିଅନ୍ତି ଭଟ୍ଟ। ବହୁ ଅଭିନେତା, ଲେଖକ, ନିର୍ଦେଶକ ଓ କମ୍ପୋଜରଙ୍କୁ ସେ ବାହାର କରିଛନ୍ତି। ସେ ଗୋଟିଏ ଫୋନ୍ କରିଦେଲେ ସବୁ କାମ ହୋଇଯାଉଛି ଲୋକଙ୍କୁ ଜଣା ବି ପଡ଼ୁନି ବୋଲି କହିଛନ୍ତି ଲୁବୀନା । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି,‘ମୁଁ ଯେବେ ଠାରୁ ତାଙ୍କ ନାଁରେ କେସ୍ ଫାଇଲ୍ କରିଛି ସେ ମୋ ପଛରେ ଲାଗିଛନ୍ତି। ବିଭିନ୍ନ ଉପାୟରେ ସେ ମୋ ଘରେ ପଶିବାକୁ ଚେଷ୍ଟା କରୁଛନ୍ତି। ପୋଲିସ୍ ଷ୍ଟେସନରେ ମୋ କଥା କେହି ଶୁଣୁନାହାନ୍ତି କି କିଛି କାର୍ୟ୍ୟାନୁଷ୍ଠାନ ହେଉନାହିଁ।’ ଯଦି ତାଙ୍କର କିଛି ହୋଇଯାଏ ତେବେ ଏଥିପାଇଁ ମହେଶ ଭଟ୍ଟ, ମୁକେଶ ଭଟ୍ଟ, ସମରୱାଲ, ସାହିଲ ସେହଗଲ ଓ କୁମକୁମ ସେହଗଲ ଦାୟୀ ରହିବେ ବୋଲି ମଧ୍ୟ କହିଛନ୍ତି ଲୁବୀନା ଲୋଧ।ଅନ୍ୟପଟେ ଲୁବୀନାଙ୍କ ‘ମହେଶ ଭଟ୍ଟ ବଲିଉଡ୍ ଡନ୍’ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମହେଶ ଭଟ୍ଟଙ୍କ ଓକିଲ।