ମୁମ୍ବାଇ (ଏଠିଆର ବ୍ୟୁରୋ): ମଲାଇକା ଅରୋରା ଏବଂ ଅର୍ଜ୍ଜୁନ କପୁର ଦୁହେଁ ଏବେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୁହେଁ ଅପ୍ରିଲ ୧୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ମାତ୍ର ଏହି ମାମଲାରେ ମଲାଇକା ଏବଂ ଅର୍ଜ୍ଜୁନଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ବୟାନ ଆସି ନାହିଁ । ଦୁହେଁ ତାଙ୍କ ବିବାହକୁ ସିକ୍ରେଟ ରଖିବାକୁ ଚାହୁଁଛନ୍ତି । ସେପଟେ ବାହାଘରରେ ସାମିଲ ହେବାକୁ ଥିବା ଅତିଥିଙ୍କ ତାଲିକା ସାମ୍ନାକୁ ଆସିଛି । ଏହି ବାହାଘରରେ ମଲାଇକା ଏବଂ ଅର୍ଜ୍ଜୁନଙ୍କ ପରିବାର ସଦସ୍ୟ ବ୍ୟତିତ ଘନିଷ୍ଠ ବନ୍ଧୁମାନେ ମଧ୍ୟ ସାମିଲ ହେବେ ।
ମଲାଇକା ଏବଂ ଅର୍ଜ୍ଜୁନ ଦୁହେଁ ତାଙ୍କ ବାହାଘରର କୌଣସି ପ୍ରକାର ସୂଚନା ଲିକ୍ ନକରିବା ପାଇଁ ତାଙ୍କ ଟିମ୍ କୁ ଦାୟିତ୍ୱ ଦେଇଛନ୍ତି । ଏହାସହିତ ଦୁହେଁ ଖ୍ରୀଷ୍ଟିଆନ୍ ରୀତି ନୀତିରେ ବାହା ହେବେ ବୋଲି ଶୁଣିବାକୁ ମିଳୁଛି ।
ବାହାଘରରେ ମଲାଇକାଙ୍କ ଗର୍ଲ ଗ୍ୟାଙ୍ଗ କରୀନା କପୁୂର, କରୀଶ୍ମା କପୁର ଏବଂ ଅମୃତା ଅରୋରା ଆଦି ସାମିଲ ହୋଇ ପାରନ୍ତି । ଏହାସହିତ ଏହି ବାହାଘରରେ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ୍ ମଧ୍ୟ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି । କାରଣ ଅର୍ଜ୍ଜୁନ ଏବଂ ରଣବୀର ଦୁହେଁ ବେଷ୍ଟ ଫ୍ରେଣ୍ଡ ।