ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନବବିବାହିତ ଦମ୍ପତି କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ଏବଂ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ କାଶ୍ମୀରରେ ହନିମୁନ୍ ମନାଉଛନ୍ତି । କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଆଦିତ୍ୟ ଏବଂ ଶ୍ୱେତା । ଯାହାର କିଛି ଫଟୋ ସେ ତାଙ୍କ ଫ୍ୟାନ୍ସ ମାନଙ୍କ ସହ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଏହି ଫଟୋରେ ଆଦିତ୍ୟ ଏବଂ ଶ୍ୱେତା ଡାଲ ଲେକ୍ ରେ ନୌକାରେ ବସି ସନସେଟ୍ ର ମଜା ଉଠାଉଥିବାର ଦେଖିବାକୁ ମିଳିଛି । ଉଭୟ ଏହି ଫଟୋରେ ଖୁବ୍ ଖୁସୀ ଥିବାର ନଜର ଆସୁଛନ୍ତି ।
ସୂଚନାଯୋଗ୍ୟ, ଡିସେମ୍ବର ୧ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଦ୍ୟତ୍ୟ ଏବଂ ଶ୍ୱେତା । ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା । ସେହିପରି ଆଦିତ୍ୟଙ୍କ ବରଯାତ୍ରୀ ଭିଡିଓ ବି ଇଣ୍ଟରନେଟ ରେ ଛାଇ ଯାଇଥିଲା ।