ମୁମ୍ବାଇ (ଏଟିଆର ବ୍ୟୁରୋ): ଯୋଧପୁରର ଉମ୍ମେଦ ଭବନଠାରେ ଚାରିଦିନିକିଆ ଡେଷ୍ଟିନେସନ ୱେଡିଂ ଶେଷ କରି ଏବେ ଘର ମୁହାଁ ହୋଇଛନ୍ତି ଦେଶୀଗର୍ଲ ପ୍ରିୟଙ୍କା ଏବଂ ବିଦେଶୀ ବୟ ନିକ୍ । ଏହି ନବବିବାହିତା ଦମ୍ପତି ବିମାନବନ୍ଦରରେ ସ୍ପଟ୍ ହୋଇଛନ୍ତି । ଏଥିରେ ପ୍ରିୟଙ୍କା ଏକ ସବୁଜ ରଙ୍ଗର ଶାଢୀ ପିନ୍ଧିବା ସହ ମଥାରେ ସିନ୍ଦୁର ଏବଂ ହାତରେ ଚୁଡି ପିନ୍ଧିଥିବା ବେଳେ ନିକ୍ ମଧ୍ୟ କାଜୁଆଲ୍ ଲୁକ୍ ରେ ନଜର ଆସିଛନ୍ତି ।
ଗତ ଡିସେମ୍ବର ୧ ଏବଂ ୨ ତାରିଖରେ ଦୁଇଟି ପରମ୍ପରାରେ ବାହାଘର ସମ୍ପନ୍ନ ହୋଇଛି । ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଖୁବ୍ ସୁନ୍ଦର ଦିଶୁଛନ୍ତି । ବାହାଘର ପରେ ଏବେ ଦିଲ୍ଲୀ ଏବଂ ମୁମ୍ବାଇରେ ରିସେପସନ୍ ପାର୍ଟିର ଆୟୋଜନ ରହିଛି । ଏହି ଦୁଇ ଦୁଇଟି ରିସେପସନ୍ ପାର୍ଟିରୁ ପ୍ରଥମେ ଦିଲ୍ଲୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ସୂଚନା ମିଳିଛି । ସେହିପରି ମୁମ୍ବାଇରେ ମଧ୍ୟ ବଲିଲଡ କଳାକାରମାନଙ୍କର ବେଶ୍ ଭିଡ ଜମିବ ।
ଖବରମୁତାବକ, ଏହି ବାହାଘରରେ ପ୍ରିୟଙ୍କାଙ୍କ ଶାଶୁ ତାଙ୍କୁ ଏକ କାନଫୁଲ ଉପହାର ଦେଇଛନ୍ତି । ଯାହାର ମୂଲ୍ୟ ରହିଛି ୫୫ ଲକ୍ଷ ଟଙ୍କା । ବାହାଘର ବେଳେ ଯୋଧପୁରରେ ନିକ୍ ଜୋନସ ଏବଂ ପ୍ରିୟଙ୍କାଙ୍କ ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ଥିବା ଜଣା ପଡିଛି ।