ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସିନେମାହଲରେ ଧମାଲ କରୁଛି ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ‘ଗଦର୨’ । ସନ୍ନିଙ୍କ ଅଭିନୟକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ଦର୍ଶକ । କିନ୍ତୁ ଆପଣମାନେ ହୁଏତେ ଜାଣିନଥିବେ କି ସନ୍ନିଙ୍କ ଦମଦାର୍ ଆକ୍ସନ ପଛରେ ରହିଛି ଜଣେ ଓଡିଆ ପୁଅଙ୍କ ହାତ । ଯିଏକି ସିନେମାର ପ୍ରଚ୍ଛଦ ପଟରେ ରହି ଫଲି ଆର୍ଟିଷ୍ଟ ଭାବେ କାମ କରିଛନ୍ତି । ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ବରୁଣ ବିଷୋୟୀ ।
ଫିଲ୍ମରେ ସେ ଅଭିନୟ ନକଲେ ବି ଅଭିନୟ ପଛରେ ପ୍ରତିଟି ଶଦ୍ଦ ରହିଛି ତାଙ୍କର । ପ୍ରତିଟି ଶଦ୍ଦ ଯେପରିକି କାଚ ଭାଙ୍ଗିବା, କବାଟ ଝରକା ଖୋଳିବା ବନ୍ଦ କରିବାର ଶଦ୍ଦକୁ ସେ ନିଜେ ପରଦା ପଛରେ ରହି ଜୀବନ୍ତ କରିଛନ୍ତି । ଫିଲ୍ମରେ ପ୍ରତିଟି ଶଦ୍ଦର ଅବିକଳ ନକଲ କରିଛନ୍ତି ଫଲି ଆର୍ଟିଷ୍ଟ ବରୁଣ ।
ଏହାପୂର୍ବରୁ ଫଲି ଆର୍ଟିଷ୍ଟ ଭାବେ ଅନେକ ଫିଲ୍ମରେ କାମ କରିଛନ୍ତି ବରୁଣ । ଛୋଟିଆ ଜିଲ୍ଲାରୁ ଯାଇ ମୁମ୍ବାଇରେ ସଫଳତା ହାସଲ କରିବା ସହ ଅନେକ ପ୍ରଶଂସା ସାଉଁଟିଛନ୍ତି ବରୁଣ ।