ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସରିଯାଇଛି ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବାହାଘର । ଗତକାଲି ଦିଲ୍ଲୀରେ ହୋଇଛି ପ୍ରିୟଙ୍କା ଓ ନିକ୍ ଙ୍କ ବାହାଘରର ପ୍ରଥମ ରିସେପସନ ପାର୍ଟି । ଏହି ପାର୍ଟି ଦିଲ୍ଲୀର ପଞ୍ଚ ତାରକା ହୋଟେଲ ତାଜ୍ରେ ଆୟୋଜନ କରାଯାଇଥିଲା । ଆଉ ଏଥିରେ ଯୋଗ ଦେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ପାର୍ଟିରେ ଯୋଗ ଦେଇ ନବଦମ୍ପତ୍ତିଙ୍କୁ ଆର୍ଶୀବାଦ ଦେବାସହ ସେମାନଙ୍କ ସହ ଫୋଟ ଉଠାଇଥିଲେ । ରିସେପସନ୍ରେ ଉଭୟ ନବଦମ୍ପତ୍ତି ଭାରତୀୟ ପୋଷାକରେ ବେଶ୍ ଆକର୍ଷଣୀୟ ଓ ସୁନ୍ଦର ଦେଖା ଯାଉଥିଲେ । ପ୍ରିୟଙ୍କା ଓ ନିକ୍ ଙ୍କ ବାହାଘର ରାଜସ୍ଥାନ ଯୋଧପୁରର ଉମ୍ମେଦ ଭବନଠାରେ ଗତ ୩ତାରିଖରେ ଅନୁଷ୍ଠିତ ହୋଇଥିଲା ।