ମୁମ୍ବାଇ (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଦିନ ସେଲିବ୍ରେଟିଙ୍କୁ ଭିନ୍ନ ଭିନ୍ନ ଢଙ୍ଗରେ ସ୍ପଟ ହୋଇଥିବାର ଦେଖିବାକୁ ମିଳିଥାଏ । କିଏ ଏୟାରପୋର୍ଟ ରେ ସ୍ପଟ ହେଲେଣି ତ ପୁଣି କିଏ ପାର୍କିଂ ପ୍ଲେସରେ । ସେହିପରି ନିକଟରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଳମ୍ବିତ ରାତିରେ ଏକ ସୁନ୍ଦର ଡ୍ରେସ ପିନ୍ଧି ସ୍ପଟ ହୋଇଛନ୍ତି । ଯାହାକୁ ଦେଖିଲା ପରେ ଫ୍ୟାନ୍ସମାନେ ପ୍ରିୟଙ୍କାଙ୍କୁ କୋକାକୋଲା ଗୀତ ଶୁଣାଇ ଇମ୍ପ୍ରେସ କରିଥିବାର ନଜର ଆସିଛନ୍ତି ।
ପ୍ରକୃତରେ ମହିଳା ଦିବସ ଅବସରରେ ସୋହୋ ହାଉସରେ ଆୟୋଜିତ ହୋଇଥିବା ସେଲିବ୍ରିଟି ପାର୍ଟିରେ ପ୍ରିୟଙ୍କା ପହଁଚିଥିଲେ । ଏହି ପାର୍ଟିରେ ପ୍ରିୟଙ୍କାଙ୍କ ବ୍ୟତିତ କରଣ ଜୋହର, ଅର୍ଜୁନ କପୁର ସମେତ ଅନ୍ୟ କଳାକାର ମାନେ ମଧ୍ୟ ସାମିଲ ଥିଲେ ।
ଏହି ପାର୍ଟିରେ ସବୁଠାରୁ ଆଗୁଆ ପ୍ରିୟଙ୍କା ପହଁଚିଥିଲେ ଏବଂ ନିଜର ଷ୍ଟନିଙ୍ଗ ଲୁକ୍ ଦ୍ୱାରା ସେ ପାର୍ଟିର ଥିବା ସମସ୍ତଙ୍କର ଧ୍ୟାନ ଆକର୍ଷିତ କରୁଥିଲେ । ଏଥିରେ ପ୍ରିୟଙ୍କା ଏକ ସୁନ୍ଦର ଡ୍ରେସରେ ନଜର ଆସିଥିଲେ । ଡ୍ରେସ ପିନ୍ଧିବା ସହିତ ସେ ଯୋତା ମଧ୍ୟ ପିନ୍ଧିଥିଲେ । ଏହାସହିତ ମ୍ୟାଚିଙ୍ଗ ବ୍ୟାଗ ମଧ୍ୟ ଧରିଥିଲେ ।
ଦୁଇଦିନ ପୂର୍ବରୁ ପ୍ରିୟଙ୍କାଙ୍କ ପତି ନିକ୍ ଜୋନଓ ତାଙ୍କ ସୋସିଆଲ ମିଡିଆଲ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଇମୋଶନାଲ ପୋଷ୍ଟ ଲେଖିଥିଲେ । ନିକ୍ ଲେଖିଥିଲେ କି, ‘ଦୁନିଆର ସବୁଠାରୁ ଅତି ଉକ୍ରୃଷ୍ଠ ମହିଳାଙ୍କ ପାଇଁ ମହିଳା ଦିବସର ଶୁଭକାମନା ।’