ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭ ପତ୍ରଲେଖା । ଚଣ୍ଡିଗଡରେ ବିବାହ ସମ୍ପନ୍ନ ହେବା ପରେ ସୋସିଆଲ ମିଡିଆରେ ଉଭୟ ସେମାନଙ୍କ ବିବାହର ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଉଭୟ ପରସ୍ପର ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ଲେଖିଛନ୍ତିି । ସେମାନଙ୍କର ୧୧ ବର୍ଷର ସମ୍ପର୍କକୁ ବିବାହ ବୋଲି ନାମିତ କରିଛନ୍ତି । ଏଥିସହିତ ରାଜକୁମାର ରାଓ ଏବଂ ପତ୍ରଲେଖା ଙ୍କ ବିବାହ ଫଟୋ ଭାଇରାଲ ହେବା ସହିତ ବଲିଉଡର ସମସ୍ତ ସେଲିବ୍ରେଟ ସେମାନଙ୍କୁ ଅଭିନନ୍ଦନ ଜଣାଇଥିବାର ନଜର ଆସିଛନ୍ତି।
ଆୟୁଷ୍ମାନ ଖୁରାନା, ଭୂମି ପେଡନେକର, ପ୍ରିୟଙ୍କା ଚୋପ୍ରା, ସୋନମ କପୁର, ମଲାଇକା ଅରୋରା, ଦିଆ ମିର୍ଜା ଆଜି ଷ୍ଟାର ମାନେ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରାଜକୁମାର ରାଓ ଏବଂ ପତ୍ରଲେଖା ୨୦୧୦ ପରଠାରୁ ପରସ୍ପରକୁ ଡେଟ୍ କରୁଥିଲେ । ଦୁହେଁ ଦୀର୍ଘ ସମୟ ଧରି ସଂପର୍କରେ ରହୁଥିଲେ । ୨୦୧୪ ମସିହାରେ ଉଭୟ ଫିଲ୍ମ ‘ସିଟି ଲାଇଟ୍’ରେ ଏକାଠି କାମ କରିଥିଲେ । ସେବେଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତି ସମୟରେ ପ୍ରେମରେ ପରିଣତ ହୋଇଥିଲା । ୧୧ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ କରିଛନ୍ତି ।