ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ପୂଜା ହେଗଡେ ନିକଟରେ କିଛି ଫଟୋ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ସେ ସମ୍ପୂର୍ଣ୍ଣ ମରାଠି ଲୁକ୍ ରେ ନଜର ଆସିଛନ୍ତି ।
ପୂଜାଙ୍କ ଏହି ଫଟୋ ଖୁବ୍ ଜୋର ସୋର ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଫଟୋକୁ ତାଙ୍କ ଫ୍ୟାନ୍ସମାନେ ଖୁବ୍ ପସନ୍ତ କରୁଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ପୂଜା ତାଙ୍କର ଏକ ମରାଠୀ ବନ୍ଧୁଙ୍କ ବିବାହରେ ଏଭଳି ନିଜକୁ ସଜେଇ ଥିଲେ । ଏବଂ କ୍ୟୁଟ ଦେଖା ଯାଉଥିଲେ ।
ପୂଜା ହେଗଡେ ଅଭିନେତ୍ରୀ ହେବା ସହିତ ଜଣେ ବେଶ ଜଣା ଶୁଣା ମଡେଲ । ପୂଜା ତାଙ୍କ ସ୍କୁଲ ପଢିବା ଦିନଠାରୁ ଫ୍ୟାସନ ପ୍ରତି ରୁଚି ରଖିଥିଲେ । ସେଥିପାଇଁ ସେ ସ୍କୁଲର ପ୍ରତିଟି ପ୍ରୋଗ୍ରାମରେ ଭାଗ ନେଉଥିଲେ ।
ପୂଜା ୨୦୧୦ରେ ମିସ୍ ୟୁନିଭର୍ସ ଇଣ୍ଡିଆରେ ଦ୍ୱିତୀୟ ରନର୍ସ ଅଫ ରହିଥିଲେ । ସେ ଫିଲ୍ମ ‘ମହେଞ୍ଜୋଦାର’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ତାଙ୍କର ଏହି ଫିଲ୍ମଟି ହୁଏତ ବକ୍ସ ଅଫିସରେ ଏତେଟା ଧମାଲ କରିନଥିଲା, କିନ୍ତୁ ତାଙ୍କ ଅଭିନୟ ପାଇଁ ତାଙ୍କୁ ଖୁବ୍ ପ୍ରଶଂସା ମିଳିଥିଲା ।