ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ସାଉଥ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ରେକର୍ଡ ସୃଷ୍ଟି କରିଛି । ୨୦୨୧ ମସିହା ଡିସେମ୍ବର ମାସରେ ରିଲିଜ୍ ହୋଇଥିବା ପୁଷ୍ପା ର କ୍ରେଜ୍ ଏପର୍ଯ୍ୟନ୍ତ କମିବାର ନାଁ ନେଉନି । ରିଲିଜ୍ ସହିତ ଆୟର ଅନେକ ରେକର୍ଡ ଭାଙ୍ଗିଥିବା ଏହି ଫିଲ୍ମ ଆଉ ଏକ ଉପଲବ୍ଧି ହାସଲ କରିଛି । ଆଜ୍ଞା ହଁ ଫିଲ୍ମ ପୁଷ୍ପା ଦି ରାଇଜ ନଅ ସପ୍ତାହରେ ୧,୩୯ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି ।
ଏହି ଉପଲବ୍ଧ ହାସଲ କରିବା ସହ ଫିଲ୍ମ ପୁଷ୍ପା ୯ ସପ୍ତାହରେ ଏତେ ଆୟକରୁଥିବା ଦେଶର ଦ୍ୱିତୀୟ ଫିଲ୍ମ ହୋଇଯାଇଛି । ଏହାପୂର୍ବରୁ ଭିକ୍କି କୌଶଲଙ୍କ ଫିଲ୍ମ ଉରି ୧.୬୪ କୋଟି ଟଙ୍କା ପ୍ରଥମ ସ୍ଥାନରେ ରହିଛି । ଏହି ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ପହଁଚିଛି ପୁଷ୍ପା ।
ଫିଲ୍ମର କଲେକ୍ସନକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଏଥିପାଇଁ କାରଣ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବା ପରେ ମଧ୍ୟ ଫିଲ୍ମଟି ଏହି ଉପଲବ୍ଧ ହାସଲ କରିଛି ।
କମ ସମୟ ମଧ୍ୟରେ ଫିଲ୍ମଟି ଅନେକ ରେକର୍ଡ କରିଛି । ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗି ଫିଲ୍ମର ହିନ୍ଦୀ ଭର୍ସନ ଶହେ କୋଟି କ୍ଲବରେ ନିଜର ସ୍ଥାନ ପକ୍କା କରିଛି । ସେହିପରି ସାରା ଦୁନିଆରେ ଏହି ଫିଲ୍ମ ପୂର୍ବରୁ ୩୦୦ କୋଟି ସଂଖ୍ୟା ପାର କରି ସାରିଛି । ଫିଲ୍ମର ଲୋକପ୍ରିୟତାକୁ ଦେଖି ପ୍ରେକ୍ଷାଳୟ ପରେ ନିର୍ମାତା ଏହି ଫିଲ୍ମକୁ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ୍ କରିଥିଲେ ।