ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫେମସ୍ ସିଙ୍ଗର ଏବଂ ବିଗ୍ ବସ ୧୪ ର ଟପ୍ ୨ ଫାଇନାଲିଷ୍ଟ ରାହୁଲ ବୈଦ୍ୟ ଏବଂ ତାଙ୍କ ଗଲଫ୍ରେଣ୍ଡ ଦିଶା ପରମାର୍ କେବେ ବିବାହ କରିବେ ସେନେଇ ତାଙ୍କ ଫ୍ୟାନ୍ସମାନେ ଉତ୍ସାହର ସହିତ ଅନେଇ ବସିଛନ୍ତି । ସେହିପରି ଏବେ ରାହୁଲଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସୀ ଖବର । ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରାହୁଲ ବୈଦ୍ୟ । ଏନେଇ ରାହୁଲ ନିଜେ ଏକ ଇଂଟରଭ୍ୟୁରେ ସୂଚନା ଦେଇଛନ୍ତି ।
ଋାହୁଲ କହିଛନ୍ତି କି, ଆମ ଦୁହିଁଙ୍କ ବିବାହକୁ ନେଇ ଆଲୋଚନା ଚାଲିଛି । ଆଗାମୀ ୩ ରୁ ୪ ମାସ ଭିତରେ ଆମେ ବିବାହ ବନ୍ଧନରେ ବାନ୍ଧି ହେବୁ । ଆମେ ଦୁହେଁ ବହୁତ ସିମ୍ପଲ । ସେଥିପାଇଁ ଆମେ ଆମ ବିବାହ ମଧ୍ୟ ସାଧାସିଧା ଭାବେ କରିବୁ ।
ସାକ୍ଷାତକାରରେ ରାହୁଲ ଆହୁରୀ ମଧ୍ୟ କହିଛନ୍ତି କି, ନେସନାଲ ଟେଲିଭିଜନରେ ଦିଶାଙ୍କୁ ପ୍ରପୋଜ କରିଦେଲି ସତ କିନ୍ତୁ ପରେ ମନରେ ଡର ଥିଲା କି ଏଭଳି କରି କିଛି ଭୁଲ କରି ଦେଇନି ତ । ଏହାପରେ ଦୀର୍ଘ ଦିନ ଯାଏଁ ଦିଶାଙ୍କ ପଟୁ କୌଣସି ଯବାବ ମିଳିନଥିଲା ।