ମୁମ୍ବାଇ (ଏଟିଆର ବ୍ୟୁରୋ):ବଲିଉଡ ଇଣ୍ଡଷ୍ଟ୍ରିରେ କେତେବେଳେ ଯେ କ’ଣ ହେଉଛି ତାହା କିଛି ଜଣା ପଡୁ ନାହିଁ । ପ୍ରଥମେ ମିଠୁ, ତାପରେ ସିଠୁ ପୁଣି ଏବେ ସତ୍ତିିତ୍ୱ ପ୍ରଥା । ମୋ ଶରୀର ଏକ ମନ୍ଦିର । ମୁଁ ନିଜକୁ ଭଗବାନଙ୍କ ଠାରେ ସମର୍ପିତ କରିସାରିଛି । ଏକଥା ଆମେ କହୁ ନାହୁଁ ବରଂ ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱାନ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ନିକଟରେ ତନ୍ନୁଶ୍ରୀ ଦତ୍ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବାର ଭିଡିଓ ବିଷୟରେ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ, ଏବେ ରାକ୍ଷୀଙ୍କ ଆଉ ଏକ ଭିଡିଓରେ ଲୋକେ ପରିହାସ କରିବାରେ ଲାଗିଛନ୍ତି ।
ଆଜ୍ଞା ହଁ, ଗୋଲଡେନ ଶାଢୀ ଏବଂ ଅଳଙ୍କାର ପିନ୍ଧି ସଜେଇ ହୋଇ ବସିଛନ୍ତି ରାକ୍ଷୀ । ତାହା ପୁଣି ଏକ ସାକ୍ଷାତକାରରେ । ସେ କହିଛନ୍ତି କି,ମୁଁ ନିଜକୁ ଭଗବାନଙ୍କ ଠାରେ ସମର୍ପିତ କରିସାରିଛିି । ପୁରୁଣା କଥାକୁ ପଛରେ ପକାଇ ନିଜକୁ ବଦଳାଇ ସାରିଛି । ମୁଁ ପ୍ରଭୁଙ୍କ ଠାରେ ଲୀନ ହୋଇ ସାରିଛି । ମିଛରେ ମୁଁ ଲଣ୍ଡା ହୋଇ ନଥିଲି । ମିକା ମୋତେ କିସ୍ କରିଥିବାରୁ ତନ୍ନୁଶ୍ରୀ ମିଛରେ ମୋ ପ୍ରେମରେ ଲଣ୍ଡା ହୋଇ ଆଶ୍ରମରେ ବସିଥିଲା । କେବଳ ସେ ହିଁ ମୋତେ କିସ୍ କରିବ ଆଉ କେହି ନୁହେଁ । ଏହା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ସେଥିପାଇଁ ମୁଁ ଏବେ ପ୍ରଭୁଙ୍କ ଭିତରେ ଅଛି । ମୁଁ କୌଣସି ଶାରୀରିକ ସଂପର୍କ ରଖୁନାହିଁ । ମୁଁ ସିଧାସଳଖ ବାହା ହେବି । ମୋ ଶରୀର ଏକ ମନ୍ଦିର । ମୋତେ ଏହାକୁ ସଫା ରଖିବାକୁ ହେବ । ଏହାସହିତ ପୂଜା କରିବାକୁ ମଧ୍ୟ ପଡିବ । ମୋ ଭିତରେ ପ୍ରଭୁ ବାସ କରନ୍ତି । ପ୍ରଭୁ କୁହନ୍ତି କି ମନ୍ଦିର କାହିଁକି ଯାଉଛ ତୁମ ଶରୀର ଏକ ମନ୍ଦିର । ଏବେ ଶୁଣିଲେ ତ ପୁଣି ତନ୍ନୁଶ୍ରୀଙ୍କୁ ଟାର୍ଗେଟ କରି ରାକ୍ଷୀଙ୍କର ଏହି ମନ୍ତବ୍ୟ । ଯାହାକୁ ନେଇ ଏବେ ଲୋକେ ରାକ୍ଷୀଙ୍କର ମଜାକ୍ ଉଡାଇବାରେ ଲାଗିଛନ୍ତି ।
ପୂର୍ବରୁ ଅଭିନେତ୍ରୀ ତନ୍ନୁଶ୍ରୀ ଦତ୍ତା ,ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ରାକ୍ଷୀଙ୍କ ଆଖିର କଣ୍ଟା ହୋଇଯାଇଥିଲେ । ଏହାପରେ ରାକ୍ଷୀ ତନ୍ନୁଶ୍ରୀଙ୍କ ବିଷୟରେ ଅନେକ ଖରାପ କଥା କହିବା ସହ ଲେସବିୟାନର ଆକ୍ଷା ଦେଇଥିଲେ । ଯେଉଁଥି ପାଇଁ ତନ୍ନୁଶ୍ରୀ ରାକ୍ଷୀଙ୍କ ଉପରେ ୧୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିଥିଲେ ।
"Main SEX Nahi Karti…Main Ab Sirf Prabhu Mein Hoon…Mera Shareer Ek Temple Hai"…#RakhiSawant #TanushreeDutta #MeToo
Posted by BollywoodHungama.com on Saturday, October 27, 2018