ମୁମ୍ବାଇ (ଏଟିଆର ବ୍ୟୁରୋ): ଫେବୃଆରୀ ୨୪ ରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେଥିପାଇଁ ବ୍ୟାପକ ବ୍ୟବସ୍ଥାମାନ କରାଯାଉଛି । ଇତି ମଧ୍ୟରେ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଟ୍ୱିଟ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ପ୍ରକୃତରେ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ସୁରକ୍ଷା ସମେତ ଭିନ୍ନ ଭିନ୍ନ ଯୋଜନା ମଧ୍ୟ ସାମ୍ନାକୁ ଆସିଛି । ଏହାସହିତ ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଅହମଦାବାଦରେ ଏକକୋଟି ଲୋକ ଏକାଠି ହେବେ ବୋଲି ଶୁଣିବାକୁ ମିଳୁଛି । ଇତି ମଧ୍ୟରେ ଟ୍ରମ୍ପଙ୍କ ସମ୍ପର୍କିତ ଏକ ଟ୍ୱିଟ୍ କରିଛନ୍ତି ରାମ ଗୋପାଳ ବର୍ମା । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
The only way @realDonaldTrump ‘s claim there will be 10 million people to welcome him in india can come true is, if they manage to line up Amitabh Bachchan, Salman Khan , Amir Khan, Sharuk Khan , Rajnikant, Katrina Kaif, Deepika Padukone and SUNNY LEONE to stand next to TRUMP
— Ram Gopal Varma (@RGVzoomin) February 22, 2020
ରାମ ଗୋପାଳ ଟ୍ୱିଟ୍ କରି କହିଛନ୍ତି, ‘ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି କି ଭାରତରେ ତାଙ୍କୁ ଏକକୋଟି ଲୋକ ସ୍ୱାଗତ କରିବେ, ଏହା ସେତେବେଳେ ପ୍ରମାଣିତ ହେବ ଯେତେବେଳେ ଅମିତାଭ ବଚ୍ଚନ, ସଲମନଖାନ୍, ଅମୀର ଖାନ୍, ରଜନୀକାନ୍ତ, କଟରୀନା କୈଫ୍, ଦୀପିକା ପାଦୁକୋନ ଏବଂ ସନ୍ନି ଲିଓନିଙ୍କୁ ପାଖରେ ଛିଡା କରାଯିବ । ’
ଗୋପାଳ ବର୍ମାଙ୍କ ଟ୍ୱିଟ୍ ରେ ଗୋଟେ ଜିନିଷ ଭିନ୍ନ ନଜର ଆସୁଛି, ଯେଉଁଥିରେ ସେ କଳାକାରଙ୍କ ନାଁ ସହିତ ସନ୍ନି ଲିଓନିଙ୍କ ନାଁ ବଡ ଅକ୍ଷରରେ ଲେଖିଛନ୍ତି ।