ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବାହୁବଳୀ ଫେମ୍ ରାଣା ଦଗୁବତୀ ତାଙ୍କର ଆଗାମୀ ଫିଲ୍ମରେ ମିଲିନ୍ଦ ରାଓଙ୍କ ସହିତ କାମ କରିବା ପାଇଁ ପ୍ରସ୍ତୁତ । ‘ଉବଲ’, ‘ନେତ୍ରୀକନ’ ରୁ ଫେମ ପାଇଥିବା ରାଓ, ରାଣା ଦଗୁବତୀଙ୍କ ପାଇଁ ଏକ ସୁପରନ୍ୟାଚୁରାଲ ଥ୍ରିଲର ପ୍ରସ୍ତୁତ କରିଛନ୍ତି । ଫିଲ୍ମଟି ୨୦୨୨ ରେ ରିଲିଜ୍ ହେବ ।
ଦଶହରା ଅବସରରେ ପ୍ରଡକ୍ସନ ହାଉସ ବିଶ୍ୱଶାନ୍ତି ପିକଚର୍ସ ଫିଲ୍ମର ଘୋଷଣା କରିଛି । ସେହିପରି ଏହି ଫିଲ୍ମକୁ ଅନେକ ଭାଷାରେ ରିଲିଜ୍ କରାଯିବ । ଫିଲ୍ମର ନିର୍ମାତା ଟ୍ୱିଟ କରି କହିଛନ୍ତି କି, ଆମର ଭଲାଦେବ ରଣା ଦଗୁବତୀ, ମିଲିନ୍ଦ ରାଓଙ୍କ ନୂତନ ଫିଲ୍ମରେ ନଜର ଆସିବେ ।
ଏହି ଫିଲ୍ମ ପୂର୍ବରୁ ‘ଭିରାଟ ପର୍ବମ’ ରେ ସାଇ ପଲ୍ଲବୀଙ୍କ ସହ ନଜର ଆସିବେ ରାଣା । ଯାହା ଖୁବ୍ ଶୀଘ୍ର ରିଲିଜ୍ ହେବ । ଫିଲ୍ମଟିକୁ ଏପ୍ରିଲ ମାସରେ ରିଲିଜ୍ ହେବାକୁ ଥିଲା କିନ୍ତୁ କରୋନା ଦ୍ୱିତୀୟ ଲହର ପାଇଁ ଏହାର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।