ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ବ୍ୟକ୍ତିଗତ ଏବଂ ପେଶାଗତ ଜୀବନୀରେ ଖୁବ୍ ଖୁସି ଅଛନ୍ତି । ସେ ଏନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ବିଷୟରେ ସବୁକିଛି ଜାଣିବା ପାଇଁ ଫ୍ୟାନ୍ସମାନେ ଉତ୍ସାହର ସହ ଅନେଇ ବସିଥାନ୍ତି । ଏହାସହିତ ସେ ଅନେକ ହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି । ଅଭିନେତା ରଣବୀର କପୁର ତାଙ୍କର ଟିନ୍ –ଏଜର କ୍ରସ୍, ତାଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି । ନିକଟରେ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି ।
ପ୍ରକୃତରେ ଫିଲ୍ମଫେୟାର ଆୱାର୍ଡସ ୨୦୧୯ରେ ଫିଲ୍ମ ‘ସଞ୍ଜୁ’ ଏବଂ ‘ରାଜି’ ପାଇଁ ଦୁହିଁଙ୍କୁ ବେଷ୍ଟ ଅଭିନେତା ଏବଂ ଅଭିନେତ୍ରୀ ଆୱାର୍ଡ ମିଳିଛି ।
ସେପଟେ ଆଲିଆଙ୍କ ସଫଳତାକୁ ନେଇ ତାଙ୍କ ମା’ ସୋନୀ ରାଜଦାନ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ଏହାସହିତ ସେ ରଣବୀର କପୁରଙ୍କ ବିଷୟରେ ବି କିଛି ଟିପ୍ପଣୀ ଦେଇଛନ୍ତି । ଯେତେବେରେ ରଣବୀରଙ୍କୁ ନେଇ ପ୍ରଶ୍ନ କରାଗଲା ସେହେତବେଳେ ସେ କହିଛନ୍ତି କି ରଣବୀର ଜଣେ ଭଲ ପିଲା କିନ୍ତୁ ସେ ଆଲିଆଙ୍କ ବ୍ୟକ୍ତିଗତ ବିଷୟରେ କୌଣସି ପ୍ରକାର ଆଲୋଚନା କରିବାକୁ ଚାହୁଁ ନାହାନ୍ତି । ହୁଏତ ଆଲିଆଙ୍କ ମା’ବି ତାଙ୍କ ଦୁହିଁଙ୍କ ସମ୍ପର୍କକୁ ନେଇ ଖୁସି ଅଛନ୍ତି ।
ସୋନି ଆହୁରୀ ମଧ୍ୟ କହିଛନ୍ତି କି ଆଲିଆ ଯାହାକୁ ବି ଡେଟ୍ କରୁଛନ୍ତି ବା ଆଗକୁ ଡେଟ୍ କରିବେ , ତାହା ତାଙ୍କ ଜୀବନର ପସନ୍ଦ । ଜଣେ ମା’ ହିସାବରେ ମୁଁ ତାଙ୍କୁ ସର୍ବଦା ସହଯୋଗ କରିବି । ଯଦି ଆଲିଆ ଖୁସି ତେବେ ମୁଁ ବି ଖୁସି ।