ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ବିବାହ ତାରିଖ ନିର୍ଦ୍ଧାରିତ ହୋଇସାରିଛି । ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଗସିପ୍ ଆରମ୍ଭ ହୋଇଗଲାଣି ।
ଫିଲ୍ମଫେୟାର ରିପୋର୍ଟ ଅନୁଯାୟୀ , ଦୀପିକା ଏବଂ ରଣବୀର ଦୁହେଁ ନଭେମ୍ବର ୨୦ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଏହି ବାହାଘରରେ ଦୁହିଁଙ୍କର ଘନିଷ୍ଟ ସମ୍ପର୍କିୟ ସାମିଲ ହେବେ ।
ବାହାଘର ଇଟାଲିରେ ହେବ । ଏଥିରେ ୩୦ରୁ ଅଧିକ ଲୋକ ସାମିଲ ହେବେ ନାହିଁ । ଏହାପରେ ଦୁହେଁ ଭାରତ ଆସି ଦୁଇଟି ରିସେପସନ ପାର୍ଟିର ଆୟୋଜନ କରିଛନ୍ତି । ପ୍ରଥମ ପାର୍ଟିଟି ମୁମ୍ବାଇରେ ଏବଂ ଦ୍ୱିତୀୟଟି ଦୀପିକାଙ୍କ ହୋମଟାଉନ୍ ବେଙ୍ଗାଲୁର ।
ଦୁହିଁଙ୍କର ବାହାଘର ତାରିଖ ନିର୍ଦ୍ଧାରିତକୁ ନେଇ ଗତକାଲି ସାହେବ ବିବି ଏବଂ କବିର ବେଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ‘‘Great Couple! Great locale in Italy! Great event!’।