ମୁମ୍ବାଇ (ଏଟିଆର ବ୍ୟୁରୋ): ସଲମାନ ଖାଁଙ୍କ ଆଗାମୀ ବିଗ୍ ବଜେଟ୍ ଫିଲ୍ମ ‘ଭାରତ’ରେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବେ ବୋଲି ସମସ୍ତେ ଆଶା ବାନ୍ଧି ବସିଥିଲେ । କିନ୍ତୁ ଶୁକ୍ରବାର ହଠାତ୍ ପ୍ରିୟଙ୍କାଙ୍କ ଫିଲ୍ମରୁ ଅଲଗା ହେବା କଥା ସମସ୍ତଙ୍କୁ ଚକିତ କରିଦେଇଥିଲା । ହୁଏତ ନିର୍ଦ୍ଦେଶକ ଅଲ୍ଲୀ ଅବାଜ ଜାଫର ପ୍ରିୟଙ୍କାଙ୍କ ଫିଲ୍ମରୁ ଅଲଗା ହେବାକୁ ନେଇ ତାଙ୍କୁ ଶୁଭକାମନା ଜଣାଇବା ସହ ସବୁକିଛି ଶାନ୍ତିର ସହ ଛିଣ୍ଡାଇ ଥିଲେ । କିନ୍ତୁ ଏବେ ଏହି ଫିଲ୍ମ ସହ ଜଡିତ କିଛି କଥା ଶୁଣିବାକୁ ମିଳୁଛି ଯାହା ବିଲକୁଲ ଭିନ୍ନ । ଶୁଣିବାକୁ ମିଳୁଛି ଯେ ପ୍ରିୟଙ୍କାଙ୍କ ଫିଲ୍ମରୁ ଅଲଗା ହେବାକୁ ନେଇ ସଲମାନ ରାଗିଯାଇଛନ୍ତି ।
ପ୍ରକୃତରେ ସଲମାନ ତାଙ୍କ ଫିଲ୍ମର କାଷ୍ଟ ବାଛିବାରେ ଖୁବ୍ ଧ୍ୟାନ ଦେଇଥାନ୍ତି । ସଲମାନ ଏବଂ ପ୍ରିୟଙ୍କାଙ୍କ ସଂପର୍କରେ ତୁ ତୁ ମେଁ ମେଁ ସେବେଠାରୁ ଆରମ୍ଭ ହୋଇଥିଲା । ଯେବେ ସଲମାନ ଏକ ଫିଲ୍ମରେ ପ୍ରିୟଙ୍କାଙ୍କୁ ହଟାଇ କ୍ୟାଟ୍ରିନାଙ୍କୁ ନେବାକୁ ଚାହୁଁଥିଲେ । ମାତ୍ର ପରେ ଏହି କଥାକୁ ଟାଳି ଦେଇଥିଲେ ।
ଆର୍ନ୍ତଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କା ଏବଂ ନିକ୍ ଜୋନ୍ସ ଦୁହେଁ ଦୀର୍ଘ ଦିନ ଧରି ଡେଟିଙ୍ଗ କରିବା ପରେ ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହା ହେଉଛି ତାଙ୍କର ଫିଲ୍ମ ଛାଡିବାର କାରଣ ।
ଅଲ୍ଲୀ ଟ୍ୱିଟ୍ କରି କହିଛନ୍ତି ଯେ, ‘ପ୍ରିୟଙ୍କା ଏବେ ‘ଭାରତ’ର ସଦସ୍ୟ ନୁହଁନ୍ତି ଏବଂ ଏହାର କାରଣ ବହୁତ ସ୍ପେଶାଲ । ସେ ତାଙ୍କର ନିଷ୍ପତି ବିଷୟରେ କହିଛନ୍ତି ଆମେ ସମସ୍ତେ ତାଙ୍କ ପାଇଁ ବହୁତ ଖୁସି, ଟିମ୍ ‘ଭାରତ’ ପ୍ରିୟଙ୍କା ଚୋପ୍ରାଙ୍କ ଭବିଷ୍ୟ ପାଇଁ ଖୁବ୍ ଆର୍ଶିବାଦ କରୁଛି’ ।
Yes Priyanka Chopra is no more part of @Bharat_TheFilm & and the reason is very very special , she told us in the Nick of time about her decision and we are very happy for her … Team Bharat wishes @priyankachopra loads of love & happiness for life ???
— ali abbas zafar (@aliabbaszafar) July 27, 2018