ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଦବଙ୍ଗ ସଲମାନ୍ ଖାଁଙ୍କ ଫିଲ୍ମ ‘ଭାରତ’ ବୁଧବାର ଇଦ୍ ଅବସରରେ ବକ୍ସ ଅଫିସରେ ରିଲିଜ୍ ହୋଇସାରିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ସଲମାନ୍ ଏବଂ କ୍ୟାଟ୍ରିନା କୈଫ୍ ନଜର ଆସିଛନ୍ତି । ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫରଙ୍କ ଦ୍ୱାରା ନିର୍ଦ୍ଦେଶିତ ଭାରତ ବକ୍ସ ଅଫିସରେ ଧମାଲ କରୁଛି । ପ୍ରଥମ ଦିନରେ ଫିଲ୍ମଟି ୪୨.୩ କୋଟି ଆୟ କରିଛି । ମାତ୍ର ସଲମାନ୍ ଙ୍କ ଫିଲ୍ମ ରିଲିଜ୍ ହେବାର ଗୋଟେ ଦିନ ପରେ ଲିକ୍ ହୋଇଯାଇଛି ବୋଲି ଶୁଣିବାକୁ ମିଳିଛି । ଫିଲ୍ମର ଲିକ୍ ଆଉ କେହି ନୁହଁନ୍ତି ବରଂ ଅନଲାଇନ୍ ୱେବସାଇଟ ଦ୍ୱାରା ହୋଇଛି ।
ଫିଲ୍ମଟି ଅନଲାଇନରେ ଲିକ୍ ହେବା ଘଟଣା ଫିଲ୍ମ ନିର୍ମାତାଙ୍କୁ ଭାରି ପଡିପାରେ । ଏହାସହିତ ସଲମାନ୍ ଙ୍କୁ ମଧ୍ୟ କ୍ଷତି ସହିବାକୁ ପଡିପାରେ । କାରଣ ଫିଲ୍ମଟି ସେହି ସମୟରେ ରିଲିଜ୍ ହୋଇଛି ଯେଉଁ ସମୟରେ କ୍ରକେଟ ବିଶ୍ୱକପ ଚାଲିଛି । ମାତ୍ର ସେପଟେ ଫିଲ୍ମକୁ ଯେପରି କ୍ଷତି ସହିବାକୁ ନପଡୁ ସେନେଇ ସଲମାନ୍ ଚାହୁଁଛନ୍ତି । ନିକଟରେ ସଲମାନ୍ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ତାଙ୍କ ଫିଲ୍ମ ୧୦୦ କୋଟି ସେତେବେଳେ ଆୟ କରି ପାରିବ ଯେତେବେଳେ ଲୋକେ ଥିଏଟର ଯାଇ ଫିଲ୍ମ ଦେଖିବେ ।
ୱେବସାଇଟ୍ ତାମିଲ ରକର୍ସ ଦ୍ୱାରା ଫିଲ୍ମ ଲିକ୍ ହେବା ଏହା ପ୍ରଥମ ଥର ନୁହେଁ, ଏହି ୱେବସାଇଟ୍ ଦ୍ୱାରା ପୂର୍ବରୁ ଅନେକ ଫିଲ୍ମ ଲିକ୍ ହୋଇସାରିଛି । ସମସ୍ତ ନୂତନ ଫିଲ୍ମକୁ ଏହି ୱେବସାଇଟ୍ ଲିକ୍ କରିଦେଇଥାଏ । କିଛି ଦିନ ପୂର୍ବରୁ ରିଲିଜ୍ ହୋଇଥିବା ଗଲି ବୟ ବି ଲିକ୍ ହୋଇ ଯାଇଥିଲା ।